ନୂଆ ରେକର୍ଡ, ୨୪ ଘଣ୍ଟାରେ ୨ ଲକ୍ଷ ୯୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 8, 2021

ନୂଆ ରେକର୍ଡ, ୨୪ ଘଣ୍ଟାରେ ୨ ଲକ୍ଷ ୯୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନ୍ୟୁୟର୍କ: ଆମେରିକାକୁ ପୁଣି ଡରାଇଲା କରୋନା। ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨ ଲକ୍ଷ ୯୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୩୧ ହଜାର କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଯାହାକି ଆମେରିକା ପାଇଁ ପୁଣିଥରେ କରୋନା ବଡ଼ ବିପଦ ସାବ୍ୟସ୍ତ ହୋଇଛି। ଜନ ହାପିକନ ବିଶ୍ୱବିଦ୍ୟାଳୟର ରିଏଲ ଟାଇମ୍ ଡାଟାରୁ ଏହି ସୂଚନା ମିଳିଛି।

ସମାନ ୨୪ ଘଣ୍ଟାରେ ୩,୬୭୬ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୪ ହଜାର ଜଣଙ୍କର ମୃତ୍ୟୁ ଘଟିଥିଲା।

କରେନାରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ତାଲିକାରେ ଆମେରିକା ରହିଛି। ଦେଶର ସ୍ୱାସ୍ଥ୍ୟାବସ୍ଥା ଅଧିକ ପ୍ରଭାବିତ ହୋଇଥିବାରୁ ଏବେ ଆମେରିକା ଟିକା ଉପରେ ଗୁରୁତ୍ୱ ଦେଉଛି। ଡିସେମ୍ୱର ଅଧାରୁ ଆମେରିକାରେ ଟିକାକରଣ ଆରମ୍ଭ ହୋଇଛି। ୩୩୦ ମିଲିଅନ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏଯାବତ ୬ ମିଲିଅନ୍ ଲୋକ କରୋନାର ଦୁଇଟି ଡୋଜ ନେଇଥିବା ଜଣାପଡ଼ିଛି।

The post ନୂଆ ରେକର୍ଡ, ୨୪ ଘଣ୍ଟାରେ ୨ ଲକ୍ଷ ୯୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3s5CDax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages