ବଣାଇ(ରଂଜିତ ଚୌଧୁରୀ): ଜଙ୍ଗଲରୁ ବାହାରି ରାଜରାସ୍ତାରେ ବୁଲୁଛି ଗଜରାଜ। ତାହା ପୁଣି କିଛି ଉତ୍ପାତ କରିବା ପାଇଁ ନୁହେଁ କି କାହାକୁ ଭୟଭୀତ କରିବାକୁ ନୁହେଁ। ଗାଡ଼ି ଅଟକାଇ ଲୋକଙ୍କୁ ଖାଇବାକୁ ମାଗୁଛି। ଆଉ ପେଟ ପୁରିଲା ପରେ ପୁଣି ଥରେ ଜଙ୍ଗଲକୁ ଫେରିଯାଉଛି।
ଏପରି ଘଟଣା ପ୍ରାୟ ୨ ମାସ ହେବ ସୁନ୍ଦରଗଡ ଜିଲ୍ଲା ଟେନସା ବରସୁଁଆ ରାଜରାସ୍ତାରେ ଦେଖିବାକୁ ମିଳୁଥିବା ବେଳେ ଏଥିନିମନ୍ତେ ଆଜି କିନ୍ତୁ ୨ ଘଣ୍ଟା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଗତ କିଛି ଦିନ ହେବ ଗୋଟିଏ ହାତୀ ଜଙ୍ଗଲରୁ ଆସି ରାଜରାସ୍ତାରେ ବୁଲୁଛି। ଏହାପରେ ବସ୍, ଟ୍ରକ୍ ଅଟକାଇ ଚାଳକମାନଙ୍କୁ ଶୁଣ୍ଢ ବଢାଇ ଖାଦ୍ୟ ମାଗୁଛି । ଉକ୍ତ ରାସ୍ତା ଦେଇ ଯାଉଥିବା ବସ୍, ଟ୍ରକ୍ ଚାଳକ ଏହା ଜାଣିବା ପରେ ଏବେ କିଛି ନା କିଛି ନିହାତି ଭାବେ ପାଖରେ ରଖୁଛନ୍ତି। ଆଜି ସକାଳୁ ସକାଳୁ ହାତୀଟି ରାସ୍ତାକୁ ପଳାଇ ଆସି ଗାଡ଼ି ଅଟକାଉଥିବା ବେଳେ ଟେନସା ବରସୁଁଆ ଘାଟିରେ ୨ ଘଣ୍ଟା ଗାଡି ଚଳାଚଳ ବନ୍ଦ ରହିଥିଲା ।
ଯାହାଫଳରେ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଅନେକ ଯାତ୍ରୀ ହାତୀ ଦେଖିବାକୁ ଭିଡ କରିଥିଲେ । ଖାଦ୍ୟ ଖାଇ ସାରିବା ପରେ ହାତୀଟି ଘାଟି ରାସ୍ତାରୁ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଥିଲା । ଗାଡି ଚାଳକଙ୍କ କହିବା ଅନୁସାରେ ହାତୀଟି ବେଶ କିଛିଦିନ ହେବ ରାଜରାସ୍ତାକୁ ଆସି ଗାଡି ଚାଳକମାନଙ୍କ ଠାରୁ ଖାଦ୍ୟ ଖାଇ ସାରିବା ପରେ ଜଙ୍ଗଲକୁ ଫେରି ଯାଉଛି । ଏପର୍ଯ୍ୟନ୍ତ ହାତୀଟି କାହାର କୌଣସି କ୍ଷତି ଘଟାଇ ନଥିବା ଜଣାପଡ଼ିଛି ।
The post ରାଜରାସ୍ତାରେ ଗଜରାଜ, ଶୁଣ୍ଢ ବଢାଇ ମାଗୁଛି ଖାଦ୍ୟ appeared first on Odisha Reporter.
from Odisha Reporter https://ift.tt/3nsxBBA
No comments:
Post a Comment