ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନୋରଞ୍ଜନ ଦୁନିଆରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଟିଭି ଚ୍ୟାନେଲ ତରଙ୍ଗ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତରଙ୍ଗ ପରିବାର ଆୱାର୍ଡର ଆୟୋଜନ କରିବାକୁ ଯାଉଛି। ଶ୍ରେଷ୍ଠ ଧାରାବାହିକ, ଶ୍ରେଷ୍ଠ ନାୟକ, ଶ୍ରେଷ୍ଠ ନାୟିକା, ଶ୍ରେଷ୍ଠ ଯୋଡିଙ୍କ ସମେତ ମୋଟ ୨୩ଟି କ୍ୟାଟେଗୋରୀକୁ ନେଇ ଆୱାର୍ଡ ସମାରୋହ ଆୟୋଜିତ ହେବ।
ଆସନ୍ତା ଜାନୁଆରୀ ୩୧ରେ ତରଙ୍ଗ ଚ୍ୟାନେଲରେ ସନ୍ଧ୍ୟା ୬ଟା ବେଳେ ଏହି ଆୱାର୍ଡ ପ୍ରୋଗ୍ରାମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏଥିସହ ତରଙ୍ଗ ପ୍ଲସ ଆପରେ ମଧ୍ୟ ଏହାର ଲାଇଭ ଷ୍ଟ୍ରିମିଂ କରାଯିବ। ଫେବ୍ରୁଆରୀ ୭ ତାରଖ ସନ୍ଧ୍ୟା ୬ଟାରେ ପୁଣିଥରେ ଏହାର ରିପିଟ୍ ଟେଲିକାଷ୍ଟ ହେବ।
ଓଲିଡଉ ଅଭିନେତା ଦେବାଶିଷ ପାତ୍ର ଏବଂ ଅଭିନେତ୍ରୀ ଅନୁ ଚୌଧୁରୀ ଏହି ଆୱାର୍ଡ ଶୋ’ର ହୋଷ୍ଟ କରିବେ। ଅନ୍ୟ ପ୍ରମୁଖ ଗେଷ୍ଟ ଲିଷ୍ଟ ମଧ୍ୟରେ ଶୀତଲ ପାତ୍ର, ସୂର୍ଯ୍ୟମୟୀ ଏବଂ ଶାଶ୍ୱତ ଯୋଶି ଏଥିରେ ଅଂଶ ଗ୍ରହଣ କରିବେ। ଦୀର୍ଘ ୧୧ ବର୍ଷ ଧରି ତରଙ୍ଗ ପରିବାର ଆୱାର୍ଡ ଆୟୋଜିତ ହୋଇ ଆସୁଛି। ହେଲେ ଗତବର୍ଷ ମହାମାରୀ କରୋନା ପାଇଁ ଏହି ଆୱାର୍ଡ ଆୟୋଜିତ ହୋଇପାରିନଥିଲା।
The post ଆସନ୍ତା ୩୧ରେ ତରଙ୍ଗ ପରିବାର ଆୱାର୍ଡ appeared first on Odisha Reporter.
from Odisha Reporter https://ift.tt/3c9wG76
No comments:
Post a Comment