ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆସନ୍ତା ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ କରୋନା ଟିକାର ଦ୍ୱିତୀୟ ଡୋଜ। ଜାନୁଆରୀ ୧୬ରେ ପ୍ରଥମ ଡୋଜ ନେଇଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଫେବ୍ରୁଆରୀ ୧୪ରୁ ଦ୍ୱିତୀୟ ଡୋଜ ଦିଆଯିବ।
ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ଲକ୍ଷ ୯୨ ହଜାର ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା ତାହା ଆଜି ସମ୍ପୂର୍ଣ୍ଣ ହୋଇପାରେ । ଆସନ୍ତା ଫେବ୍ରୁଆରୀ ୧୦ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୫୨ ହଜାର ୩୫୧ ଜଣଙ୍କୁ ଟିକା ଦିଆସରିଲାଣି।
ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କର ଡାଟା ବେସ ପ୍ରସ୍ତୁତ ହେଉଛି। ଆଜି ମଧ୍ୟରାତ୍ରୀ ପରେ କେତେ କୋଭିଡ ଯୋଦ୍ଧା ପଞ୍ଜିକୃତ କରିଛନ୍ତି ତାହା ଜଣାପଡିବ। ତେବେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟକର୍ମୀ ଟିକା ନେବା ପରେ ଯେଉଁମାନେ ରହିଗଲେ ସେମାନଙ୍କୁ ୨୮ ତାରିଖରୁ ଟିକା ଦିଆଯିବ। ଦିତ୍ୱୀୟ ପର୍ଯ୍ୟାୟ ପାଇଁ ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷ କୋଭିଡ ଯୋଦ୍ଧା ପଞ୍ଜୀକରଣ କରିଥିବା ସୂଚନା ମିଳିଛି।
The post ଫେବ୍ରୁଆରୀ ୧୪ରୁ ଦ୍ୱିତୀୟ ଡୋଜ୍ appeared first on Odisha Reporter.
from Odisha Reporter https://ift.tt/3ogO787
No comments:
Post a Comment