‘ଭୋକାଲ ଫର୍‌ ଲୋକାଲ୍‌ ଫଲୋ କରିବା, ଆତ୍ମନିର୍ଭର ଓଡ଼ିଶା ଗଠନ କରିବା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 25, 2021

‘ଭୋକାଲ ଫର୍‌ ଲୋକାଲ୍‌ ଫଲୋ କରିବା, ଆତ୍ମନିର୍ଭର ଓଡ଼ିଶା ଗଠନ କରିବା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଥମେ ଆତ୍ମନିର୍ଭର ଓଡ଼ିଶା ଗଠନ କରିବାକୁ ହେବ। ତେଣୁ ଓଡ଼ିଶାର କଳା ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଥିବା ହସ୍ତଶିଳ୍ପ, ବୟନଶିଳ୍ପ ତଥା  ଶିଳ୍ପୀ, ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁର ଶାଢ଼ୀ, କୋଟପାଡ଼ ବସ୍ତ୍ର ଏବଂ ରଘୁରାଜପୁରର ପଟ୍ଟଚିତ୍ର ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ସମଗ୍ର ଭାରତବର୍ଷ ଓ ବିଶ୍ୱରେ ବଢ଼ାଇବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଏଥିନିମନ୍ତେ ଆମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର୍‌ ଲୋକାଲ୍‌ ମାର୍ଗରେ ଚାଲିବାକୁ ହେବ ।  ଭୁବନେଶ୍ୱର ଜନତା ମଇଦାନରେ ତୋଷାଳ ମେଳା ବୁଲିବା ପରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ପଂଚଦଶ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗର, ବୁଣାକାର ଓ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଅତ୍ୟନ୍ତ ଚମତ୍କାର ।

କରୋନା ମହାମାରୀର ମୁକାବିଲା କରି ସ୍ୱାଭାବିକ ସ୍ଥିତିକୁ ଆସିଥିଲେ ମଧ୍ୟ ଏବେ ବି ଟିକା ନେବା ପର୍ଯ୍ୟନ୍ତ କୋଭିଡଡ ନିୟମକୁ ଶୃଙ୍ଖଳାର ସହ ମାନିବାକୁ ହେବ । ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା ଏବଂ ସର୍ବସାଧାରଣରେ ଦୁଇ ମିଟର ଦୂରତା ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

The post ‘ଭୋକାଲ ଫର୍‌ ଲୋକାଲ୍‌ ଫଲୋ କରିବା, ଆତ୍ମନିର୍ଭର ଓଡ଼ିଶା ଗଠନ କରିବା’ appeared first on Odisha Reporter.



from Odisha Reporter https://ift.tt/2MqnUH2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages