ପ୍ରେମିକାଙ୍କୁ ଦେଖା କରିବାକୁ ବାବା ବେଶରେ ଆସିଥିଲେ ପ୍ରେମିକ, ଆଉ ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 30, 2021

ପ୍ରେମିକାଙ୍କୁ ଦେଖା କରିବାକୁ ବାବା ବେଶରେ ଆସିଥିଲେ ପ୍ରେମିକ, ଆଉ ତା’ପରେ…

ଯାଜପୁର (ଅଭୟ ପତି): ପ୍ରେମିକାକୁ ଭେଟିବାକୁ ଧାରଣ କରିଥିଲେ ବାବା ବେଶ। କିନ୍ତୁ ଫସିଗଲେ। କାରଣ ଲୋକେ ତାଙ୍କୁ ଭାବି ନେଲେ ପିଲା ଚୋର। ଏମିତି ଏକ ଘଟଣା ଆଜି ଘଟିଛି ଯାଜପୁର ଜିଲ୍ଲାରେ।

ଧରାପଡ଼ିଥିବା ଛାତ୍ର ଜଣଙ୍କ ଅନୁଗୋଳରେ ଏକ କଲେଜରେ ପଢ଼ନ୍ତି। ସେ ଯୁକ୍ତ ଦୁଇର ଛାତ୍ର। ସେ ବାବ ବେଶ ଧାରଣ କରି ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀକୁ ଆସିଥିଲେ। ତେବେ ତାଙ୍କ ହାବଭାବ ଦେଖି କିଛି ଲୋକଙ୍କର ସନ୍ଦେହ ହେଲା। ପିଲା ଚୋର ସନ୍ଦେହରେ ଲୋକେ ତାଙ୍କୁ କାବୁ କରି ନେଇଥିଲେ ଓ ପୁଲିସ୍ ଜିମାରେ ଦେଇଥିଲେ।

ପୁଲିସ୍ ଛାତ୍ର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରେମିକାଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁ ନଥିଲେ। ତେଣୁ ଛାତ୍ର ଜଣଙ୍କ ଏମିତି ବାବା ବେଶରେ ତାଙ୍କ ଘରକୁ ଯାଉଥିଲେ।

ସ୍ଥାନୀୟ ବାସିନ୍ଦା ସଞ୍ଜୟ ଜେନା କହିଛନ୍ତି, ତାଙ୍କୁ ଦେଖି ମୋର ସନ୍ଦେହ ହେଲା। ମୁଁ ଅଟକାଇବାକୁ ଚେଷ୍ଟା କଲି। କିନ୍ତୁ ସେ ଦୁଇ ପାହୁଣ୍ଡ ଆଗକୁ ଚାଲିଗଲେ। ତା’ପରେ ମୁଁ ତାଙ୍କ ହାତକୁ ଧରି ପକାଇଲି ଓ କେଉଁଠାରୁ ଆସିଛନ୍ତି ବୋଲି ପଚାରିଲି। ସେ ହିମାଳୟରୁ ଆସିଥିବା କଥା କହିଥିଲେ। ବ୍ୟାଗରେ ଥିବା ସମାନ ରଙ୍ଗର ଅଧାକିଲୋ ଚାଉଳ ଓ କେତୋଟି ୫ ଟଙ୍କିଆ କଏନ୍‌ ଦେଖାଇଥିଲେ। ତେବେ ତାଙ୍କ ବୟସ ଏବଂ ଚୁଟି ଓ ଦାଢ଼ି ଦେଖି ସନ୍ଦେହ ହୋଇଥିଲା। ଟାଣି ଦେବାରୁ ଦାଢ଼ି ଖସି ଗଲା। ଏହା ପରେ ଆଖପାଖ ପିଲା ସେଠାରେ ପହଞ୍ଚିଲେ। ତା’ପରେ ତାଙ୍କୁ ପୁଲିସ୍‌କୁ ଦେଇ ଦେଲୁ।

The post ପ୍ରେମିକାଙ୍କୁ ଦେଖା କରିବାକୁ ବାବା ବେଶରେ ଆସିଥିଲେ ପ୍ରେମିକ, ଆଉ ତା’ପରେ… appeared first on Odisha Reporter.



from Odisha Reporter https://ift.tt/39ufZkY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages