ଘିଅ ନାଁରେ ବିକ୍ରି ହେଉଛି ପାମୋଲିନ, ‘ସୁବାସ’ ଘିଅ କାରଖାନା ଉପରେ ଚଢ଼ାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 30, 2021

ଘିଅ ନାଁରେ ବିକ୍ରି ହେଉଛି ପାମୋଲିନ, ‘ସୁବାସ’ ଘିଅ କାରଖାନା ଉପରେ ଚଢ଼ାଉ

କଟକ(ଓଡ଼ିଶା ରିପୋର୍ଟର): ୬୦୦ ଲିଟର ପାମୋଲିନରେ ୨୦୦ ଲିଟର ଘିଅ ମିଶାଇ ଏକାଥରରେ ପ୍ରସ୍ତୁତ ହେଉଥିଲା ୮୦୦ ଲିଟର ଘିଅ। କେବଳ ସେତିକି ନୁହେଁ, ଏକ୍ସପାରୀ ଡେଟ ଯିବା ପରେ ଫେରି ଆସୁଥିବା ମାଲ୍‌କୁ ପୁଣି ଥରେ ପ୍ୟାକ୍‌ କରି ବଜାରକ ଛାଡ଼ି ଦିଆଯାଉଥିଲା। ଏପରି ଭାବେ ଖାଦ୍ୟ ନାଁରେ ଅଖାଦ୍ୟ ତଥା ବିଷ ବିକ୍ରି କରୁଥିବା ନକଲି ଘିଅ କାରଖାନା ଜଗତପୁର ଶିଳ୍ପାଞ୍ଚଳରୁ ଠାବ ହୋଇଛି।

ଜଗତପୁର ଶିଳ୍ପାଞ୍ଚଳରୁ ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ନକଲି ଘିଅ କାରଖାନା ଠାବ ହୋଇଛି। ଏଥିସହ ବିପୁଳ ପରିମାଣର ଘିଅ, ପାମୋଲିନ ତେଲ, ଘିଅ ତିଆରି ସାମଗ୍ରୀ ସହ ମେସିନ ଜବତ କରିଛି ଜଗତପୁର ଥାନା ପୁଲିସ୍‌। ସୁବାଷ ବ୍ରାଣ୍ଡ ନାମରେ ଘିଅ, ଟମାଟୋ ଓ ଚିଲି ସସ ପ୍ରସ୍ତୁତ କରାଯାଇ ଏହି କାରାଖାନାରୁ ଅନ୍ୟତ୍ର ପଠାଯାଉଥିଲା।

 

ଆଜି ସିଏମସି ସ୍ୱାସ୍ଥ୍ୟା ବିଭାଗର ଟିମ୍‌ ସହ କମିଶନରେଟ ପୁଲିସ୍‌ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଡିସିପି ପ୍ରତୀକ ସିଂ , ସ୍ଥାନୀୟ ଏସିପି ଓ ଥାନା ଅଧୀକାରୀ ଉପସ୍ଥିତ ଥିଲେ। ତେବେ କମ୍ପାନୀ ମାଲିକ ଫେରାର ଥିବାବେଳେ ୨ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌।

ଗତ ୨ ମାସ ମଧ୍ୟରେ ୧୫ ଟି ଅପମିଶ୍ରିତ କାରବାରକୁ ପୋଲିସ ଠାବ କରିବା ସହ ୧୬ ଜଣଙ୍କୁ ଗିରଫ କରିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।  ସମୁଦାୟ ୨ ମାସ ମଧ୍ୟରେ ୪ କୋଟି ୫୦ ଲକ୍ଷ ମୂଲ୍ୟର ସାମଗ୍ରୀ ଜବତ ହୋଇଛି।

ଏ ସମ୍ପର୍କରେ ଡିସିପି କହିଛନ୍ତି, ବହୁ ମାତ୍ରାରେ ଅପମିଶ୍ରିତ ଘିଅ ତିଆରି ହେଉଥିବା ଖବର ମିଳିବା ପରେ ଚଢ଼ାଉ ହୋଇଛି। ନମୁନା ସଂଗ୍ରହ କରାଯାଇ ଫୁଡ ସେଫ୍ଟି ୟୁନିଟକୁ ପଠାଯାଇଛି। ଏଠାରେ ନିୟମ ଉଲ୍ଲଘଂନ ହେଉଥିଲା। ଏକ୍ସପାରୀ ଡେଟ ପରେ ଫେରି ଆସିବା ପରେ ତାକୁ ପୁଣି ଡେଟ ବଦଳାଇ ମାର୍କେଟକୁ ପଠାଯାଉଥିବା କର୍ମଚାରୀଙ୍କ ନିକଟରୁ ସୂଚନା ମିଳିଛି।

The post ଘିଅ ନାଁରେ ବିକ୍ରି ହେଉଛି ପାମୋଲିନ, ‘ସୁବାସ’ ଘିଅ କାରଖାନା ଉପରେ ଚଢ଼ାଉ appeared first on Odisha Reporter.



from Odisha Reporter https://ift.tt/3r4dFHd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages