ଅନାଥ ସ୍ନେହାକୁ କୋଳେଇ ନେଲେ ବିଦେଶୀ ଦମ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 30, 2021

ଅନାଥ ସ୍ନେହାକୁ କୋଳେଇ ନେଲେ ବିଦେଶୀ ଦମ୍ପତ୍ତି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ୩ ବର୍ଷ ପରେ ବଦଳିଲା ସ୍ନେହାର ଭାଗ୍ୟ। ଏବେ ଗଞ୍ଜାମରୁ ସିଧା ଉଡିଯିବ ବିଦେଶକୁ। ଇଟାଲୀରେ ରହି ପାଠ ପଢ଼ିବ, ବଡ ହେବ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଏହି ଅନାଥ ଝିଅ। ବ୍ରହ୍ମପୁରରୁ ଏହି ଅନାଥ ଝିଅକୁ କୋଳାଇ ନେଇଛନ୍ତି ବିଦେଶୀ ଦମ୍ପତ୍ତି। ସ୍ନେହାକୁ ନିଜ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଇଟାଲୀ ଦମ୍ପତ୍ତି।

ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ଜଣେ ଅନାଥ ଶିଶୁକନ୍ୟା ସ୍ନେହାକୁ ପୋଷ୍ୟ ସନ୍ତାନ ଭାବେ ଇଟାଲୀର ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଇଟାଲୀର ଏହି ଦମ୍ପତ୍ତିଙ୍କୁ  ପୋଷ୍ୟ ସନ୍ତାନ ଭାବେ ସ୍ନେହାକୁ ହସ୍ତାନ୍ତର କରିଛନ୍ତି।

ଗତ ୪ ଡିସେମ୍ବର ୨୦୧୭ରେ ପରିତ୍ୟକ୍ତ ସ୍ଥାନରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା। ଏହାପରେ ଉକ୍ତ ଶିଶୁକନ୍ୟାକୁ ବ୍ରହ୍ମପୁର ସ୍ଥିତ ଉତ୍କଳ ବାଳାଶ୍ରମରେ ରଖାଯାଇଥିଲା। ସେଠାରେ ଉଦ୍ଧାର ଶିଶୁ କନ୍ୟାର ନାଁ ରଖାଯାଇଥିଲା ସ୍ନେହା। ଉଦ୍ଧାର ପରେ ସ୍ପେସାଲ ଆଡପସନ ଏଜେନ୍ସି ମାଧ୍ୟମରେ ପୋଷ୍ୟତା ପାଇଁ କେନ୍ଦ୍ରୀୟ  ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା।

ପରବର୍ତ୍ତୀ ମୂହୁର୍ତ୍ତରେ ଶିଶୁଟିକୁ ଗଞ୍ଜାମ ଶିଶୁ ମଙ୍ଗଳ ସମିତି, ଆଇନତଃ ମୁକ୍ତ ଘୋଷଣା କରିଥିଲେ  ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବେ ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ  ଜଣାଇ ଦିଆଯାଇଥିଲା। ଏହି କ୍ରମରେ ଦୀର୍ଘ ୩ ବର୍ଷ ପରେ ଏହି ଇଟାଲୀ ଦମ୍ପତ୍ତି ସ୍ନେହାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅନୁମତି ମିଳିଥିଲା।

ତାପରେ ଆବଶ୍ୟକ ହେଉଥିବା କାଗଜପତ୍ର, ଉତ୍କଳ ବାଳାଶ୍ରମ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ। ସମସ୍ତ ଦସ୍ତାବିଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଇଟାଲୀ ଦମ୍ପତିଙ୍କୁ  ହସ୍ତାନ୍ତର କରି ଦିଆଯାଇଥିଲା।  ତେବେ ପିଲାଟିର ଉପଯୁକ୍ତ ଯନ୍ନ, ସୁରକ୍ଷା, ଶିକ୍ଷା ଓ ପରିପୁଷ୍ଟ ଖାଦ୍ୟ ପ୍ରତି ବିଶେଷ ଯନ୍ନବାନ ହେବାକୁ ଶିଶୁ ମଙ୍ଗଳ କମିଟି ପରାମର୍ଶ ଦେଇଛି।

ପୋଷ୍ୟ ଗ୍ରହଣ କରିଥିବା ଏହି ଇଟାଲୀ ଦମ୍ପତ୍ତି ଦୀର୍ଘ ଦୁଇ ସପ୍ତାହ ହେଲା ଗଞ୍ଜାମ ଜିଲ୍ଲାକୁ ଆସି ଗୋପାଳପୁରରଏକ ହୋଟେଲରେ ରହି ଆସୁଥଲେ । ଶିଶୁଟିକୁ ପାଇବା ପରେ ଏହି ଦମ୍ପତ୍ତି ଇଟାଲୀ ଅଭିମୁଖେ ଏକ ସପ୍ତାହ ପରେ ଯାତ୍ରା କରିବେ। ଭାରତର ସଂସ୍କୃତି ଓ ପରମ୍ପରା ସେମାନଙ୍କୁ ବେଶ ଆକୃଷ୍ଟ କରିଥିବା ହେତୁ ଭାରତରୁ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ଶିଶୁ କନ୍ୟାକୁ ପାଇଥିବା ଯୋଗୁଁ ବେଶ ଖୁସୀ ପ୍ରକାଶ କରିଥିଲେ ଇଟାଲୀୟ ଦମ୍ପତ୍ତି। ସେପଟେ ଜିଲ୍ଲାପାଳ ମଧ୍ୟ ଏକ ଅନାଥ ଶିଶୁ ବିଦେଶ ଦେଶକୁ ପୋଷ୍ୟ ଭାବେ ଯାଉଥିବାରୁ ତାର ଭବିଷ୍ୟତ ନେଇ ବେଶ ଖୁସୀ ବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଗଞ୍ଜାମ ଜିଲ୍ଲାରୁ ୨୧ ଜଣ ଶିଶୁକୁ ଦେଶ ଭିତରେ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ଜିଲ୍ଲାର ଦେଶ ବାହାରେ ପୋଷ୍ୟ ସନ୍ତାନ ଭାବେ ପୂର୍ବରୁ ଦୁଇ ଜଣ ଯାଇଥିବା ବେଳେ ଶନିବାର ଏହି ଶିଶୁ କନ୍ୟା ତୃତୀୟ ଭାବେ ବାହାର ଦେଶକୁ ଯାଇଛି।

The post ଅନାଥ ସ୍ନେହାକୁ କୋଳେଇ ନେଲେ ବିଦେଶୀ ଦମ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/36msJrO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages