ସୁନା ଦୋକାନ ଓ ମନ୍ଦିରରୁ ଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ସୁନା ଦୋକାନ ଓ ମନ୍ଦିରରୁ ଲୁଟ୍‌

ବ୍ରହ୍ମପୁର/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ସୁନା ଦୋକାନ ଓ ମନ୍ଦିରରୁ ଚୋରି ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠରେ ଏକ ସୁନା ଦୋକାନରୁ ଚୋରି ହୋଇଛି। ଦୋକାନର କବାଟ ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଲୁଟି ନେଇଛନ୍ତି। ଭୋର ସମୟରେ ଏହି ଚୋରି ହୋଇଥିବା କୁହାଯାଉଛି। ନୂଆଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରିଛି। ତେବେ କେତେ ସୁନାଗହଣା ଚୋରି ହୋଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ୧୫ ଦିନ ତଳେ ଧାନଘର ଛକର ଏକ ଗାଡ଼ି ଶୋ’ରୁମ୍‌ର ଶଟର ତାଡ଼ି ଦୁର୍ବୃତ୍ତମାନେ ୨ ଲକ୍ଷ ୭୦ ହଜାର ଟଙ୍କା ନେଇ ଯାଇଥିଲେ।

ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ସୋରଡ଼ାର ପଞ୍ଚାନନ ମନ୍ଦିରରୁ ଦାନବାକ୍ସରୁ ଟଙ୍କା ଚୋରି ହୋଇଯାଇଛି। ଦୁର୍ବୃତ୍ତମାନେ ଦାନବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଛନ୍ତି। ତା’ପରେ ହୁଣ୍ଡିକୁ ମନ୍ଦିର ଠାରୁ ୧୦୦ ମିଟର ଦୂରରେ ଥିବା ଋଷିକୁଲ୍ୟା ନଦୀ ପଠାରେ ପୋତିଦେଇ ଚମ୍ପଟ ମାରିଥିଲେ।

ଆଜି ସକାଳେ ମନ୍ଦିର କମିଟି ସଦସ୍ୟମାନେ ଘଟଣା ସଂପର୍କରେ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଦାନବାକ୍ସଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ମା’ ଦରିଆ ରାମଚଣ୍ଡୀ ପୀଠରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଟ୍ରେଜେରୀ ତାଲା ଭାଙ୍ଗି ଅଳଙ୍କାର ସହ ଟଙ୍କା ଲୁଟି ନେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ସୁନା ଦୋକାନ ଓ ମନ୍ଦିରରୁ ଲୁଟ୍‌ appeared first on Odisha Reporter.



from Odisha Reporter https://ift.tt/2KGvz3p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages