କୋଲକାତା: ସମୟ ପୂର୍ବରୁ ହୋଇପାରେ ବହୁ ପ୍ରତିକ୍ଷିତ ପଶ୍ଚିମବଙ୍ଗ ନିର୍ବାଚନ। ନିର୍ଦ୍ଧାରିତ ସମୟର ୨୦ରୁ ୨୫ ଦିନ ପୂବରୁ ନିର୍ବାଚନ ହୋଇପାରେ ବୋଲି ସୂଚନା ମିଳିଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଯେପରି କିଛି ସମସ୍ୟା ନ ଉପୁଜେ ତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡିଛି ।
ରିପୋର୍ଟ ଅନୁଯାୟୀ, ମେ’ ୩୦ ପରେ ପଶ୍ଚିମବଙ୍ଗରେ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପୂର୍ବରୁ ଆସନ୍ତା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ନିର୍ବାଚନ ଆୟାଗ ତାରିଖ ଘୋଷଣା କରିପାରନ୍ତି। ମେ’ ୫ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ସୂତ୍ରାନୁସାରେ, ରାଜ୍ୟରେ ୭ରୁ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପୂର୍ବରୁ ୨୦୧୬ରେ ୬ଟି ପର୍ଯ୍ୟାୟରେ ଭୋଟ୍ ହୋଇଥିଲା ।
ରାଜ୍ୟ ଶିକ୍ଷା ବିଭାଗ ଅନୁସାରେ, ଦଶମ ଓ ଦ୍ୱାଦଶ ପରୀକ୍ଷା ମେ’ ୪ରୁ ୧୦ ଯାଏଁ ଅନୁଷ୍ଠିତ ହେବ। ତେବେ ସିବିଏସଇ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ତାରିଖ ଘୋଷଣା କରିନାହିଁ।
ନିକଟରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଆରୋରାଙ୍କ ସହ ସୁଶୀଲ ଚନ୍ଦ୍ରା ଓ ରାଜୀବ କୁମାର ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହାସହ ପଶ୍ଚିମବଙ୍ଗର ନିର୍ବାଚନ ଅଧିକାରୀ ସନ୍ଦୀପ ଜୈନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ରାଜ୍ୟରେ ଖୁବଶୀଘ୍ର ନର୍ବାଚନ କରିବାକୁ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।
ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ଥର ଭୋଟିଂ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ପର୍ଯ୍ୟାପ୍ତ ସଂଖ୍ୟାରେ ଇଭିଏମ ଏବଂ ଭିଭିପାଟ ଯୋଗାଇ ଦେବା ପାଇଁ ଆୟୋଗ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ରାଜ୍ୟରେ ପୋଲିଂ ବୁଥ ସଂଖ୍ୟା ବଢ଼ିଛି। ଗତ ନିର୍ବାଚନରେ ପଶ୍ଚିମବଙ୍ଗରେ ୭୮, ୯୦୩ଟି ପୋଲିଂ ବୁଥ ଥିବା ବେଳେ ଚଳିତଥର ଏହା ୧,୦୧, ୭୦୯କୁ ବୃଦ୍ଧି ପାଇଛି।
The post ସମୟ ପୂର୍ବରୁ ହୋଇପାରେ ପଶ୍ଚିମବଙ୍ଗ ନିର୍ବାଚନ! appeared first on Odisha Reporter.
from Odisha Reporter https://ift.tt/3c3fDmY
No comments:
Post a Comment