ଶଗଡ଼ରେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ଶଗଡ଼ରେ ମୁଖ୍ୟମନ୍ତ୍ରୀ

ସୁରଟ: ବାଜୁଛି ଢ଼ୋଲ ନଗଡା, ଆଗରେ ଯାଉଛି ରୋଷଣୀ। ବାଦ୍ୟର ତାଳେ ତାଳେ ଚାଲିଛି ପାରମ୍ପରିକ ଆଦିବାସୀ ନୃତ୍ୟ । ସେପଟେ ପଛରେ ଶଗଡ଼ ଗାଡି ଉପରେ ବସି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ବାଡୋଲି ଜିଲ୍ଲାରେ।

କାରକେଡରୁ ଓହ୍ଲାଇ ଶଗଡ ଗାଡିରେ ବସିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୁଜରାଟ ବାଡୋଲି ଜିଲ୍ଲାର ହରିପୁରା ଗାଁକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସେଠାରେ ପହଞ୍ଚିବା ପରେ ୧୯୩୮ ମସିହାର କଥାକୁ ମୁଖ୍ୟମନ୍ତ୍ରୀ ପୁଣି ଦୋହରାଇଛନ୍ତି ମୁଖମନ୍ତ୍ରୀ। ଗାଁର ପରମ୍ପରା ଅନୁଯାୟୀ ସେ ସୁସଜ୍ଜିତ ଶଗଡ଼ ଗାଡିରେ ବସି ବିରାଟ ଶୋଭାଯାତ୍ରା କରିଥିଲେ। ପରେ ନେତୀଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

୧୯୩୮ରେ ହରିପୁରା ଗାଁର କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଥିଲା, ଯେଉଁଠି ନେତାଜୀଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବ ନିଯୁକ୍ତି କରାଯାଇଥିଲା। ସେହି ସମୟରେ ନେତାଜୀଙ୍କୁ ଗାଁ ଲୋକେ ଶଗଡ଼ ଗାଡିରେ ବସାଇ ଭବ୍ୟ ସ୍ୱାଗତ କରିଥିଲେ। ବାସ ସେହି ଦିନଠାରୁ ଗାଁରେ ଏହି ପରମ୍ପରା ଜାରି ରହିଛି।

୨୦୦୯ରେ ମଧ୍ୟ ନରେନ୍ଦ୍ର ମୋଦୀ ନେତାଜୀଙ୍କ ଜୟନ୍ତୀ ଅବସରରେ ହରିପୁରା ଗାଁକୁ ଯାଇଥିଲେ । ତାଙ୍କୁ ମଧ୍ୟ ସେତେବେଳେ ଗ୍ରାମବାସୀ ଶଗଡ଼ ଗାଡିରେ ବସାଇ ଏଭଳି ହିଁ ସ୍ୱାଗତ କରିଥିଲେ।

The post ଶଗଡ଼ରେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/365F3N0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages