ସାଧାରଣତନ୍ତ୍ର ଦିବସ ପାଇଁ ଉଠିଲୁ, ପୁଣି ବସିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ସାଧାରଣତନ୍ତ୍ର ଦିବସ ପାଇଁ ଉଠିଲୁ, ପୁଣି ବସିବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆମେ ଆନ୍ଦୋଳନରୁ ହଟିବୁନି। ଆଗକୁ ଆହୁରି ଆନ୍ଦୋଳନ ଜୋରଦାର କରିବୁ। ଜାନୁଆରୀ ୨୬କୁ ସମ୍ମାନ ଦେଇ ଉଠୁଲି, କିନ୍ତୁ ପୁଣି ଥରେ ଆମେ ଆନ୍ଦୋଳନରେ ବସିବୁ।” ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ ଉଠାଇନେବା ବେଳେ ମାସାଧିକ କାଳ ଧାରଣାରେ ବସିଥିବା ଏଏନଏମ କର୍ମୀମାନେ ଦେଇଛନ୍ତି ଏହି ଚେତାବନୀ।

ପ୍ରାୟ ଦୁଇ ମାସ ହେବ ଏହି ଏଏନଏମ୍ କର୍ମୀମାନେ ଆନ୍ଦୋଳନରେ ବସିଥିଲେ। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ଜୋରଜବରଦସ୍ତ ଉଠାଇ ନେଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ପୁଲିସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପଜୁଥିଲା।

ସୂଚନାଯୋଗ୍ୟ,  ଏହି ଏଏନଏମମାନଙ୍କୁ କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲରେ ରାଜ୍ୟ ସରକାର ଅସ୍ଥାୟୀ ନିଯୁକ୍ତି ଦେଇଥିଲେ। ତେବେ ସେମାନେ ସ୍ଥାୟୀ ନିଯୁକ୍ତି ଦାବି କରି ନଭେମ୍ବର ୨୮ରୁ ଦିନରାତି ଆନ୍ଦୋଳନ ଚଲାଇ ଆସିଥିଲେ ।

The post ସାଧାରଣତନ୍ତ୍ର ଦିବସ ପାଇଁ ଉଠିଲୁ, ପୁଣି ବସିବୁ appeared first on Odisha Reporter.



from Odisha Reporter https://ift.tt/39VJV8C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages