ରାଜପଥରେ ବୁଲିଲେ ଦୁଇ ଦନ୍ତା, ଲୋକେ ଛାନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ରାଜପଥରେ ବୁଲିଲେ ଦୁଇ ଦନ୍ତା, ଲୋକେ ଛାନିଆ

ଖୋର୍ଦ୍ଧା/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଦେଖିବାକୁ ମିଳିଥିଲା ହାତୀ ଆତଙ୍କ। ଦଳେଇପୁଟ ନିକଟରେ ୨ଟି ଦନ୍ତା ହାତୀ ରାସ୍ତା ଉପରେ ବୁଲୁଥିଲେ। ହାତୀ ଦୁଇଟିକୁ ଦେଖି ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଅଟକି ଯାଇଥିଲା। ଲୋକେ ଭୟଭୀତ ହୋଇଯାଇଥିଲେ। ତେବେ ହାତୀ ଦୁଇଟି କାହାର କିଛି କ୍ଷତି କରି ନାହାନ୍ତି।

ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨ଟି ଯାକ ହାତୀକୁ ଜରିପୁଟ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ। ଏହାପରେ ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାତୀମାନେ ବରାବର ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଗାଁ ଭିତରେ ବି ପଶୁଛନ୍ତି। ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି ଅଞ୍ଚଳରୁ ଏମିତି ଖବର ଆସୁଛି।

ହାତୀ ଆତଙ୍କକୁ ନେଇ ଶୁକ୍ରବାର କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଅକଳିଆ ସ୍ଥିତିରେ ପଡ଼ି ଯାଇଥିଲେ। ପ୍ରାୟ ମାସାଧିକ କାଳ ହାତୀ ଉପଦ୍ରବରେ ଅତିଷ୍ଠ କରଞ୍ଜିଆ ଅଞ୍ଚଳର ଲୋକେ ଗତକାଲି ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ସମୟରେ କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ୍ ଉକ୍ତ ରାସ୍ତା ଦେଇ ବାରିପଦା ଯାଉଥିଲେ। ଉତ୍ତ୍ୟକ୍ତ ଲୋକେ ନିଜ ସମସ୍ୟା ସମ୍ପର୍କରେ ବିଧାୟିକାଙ୍କୁ ଜଣାଇବାକୁ ଚେଷ୍ଟା କରିବାରୁ ସେ ବାଟ କାଟି ଚାଲିଯିବାକୁ ଚେଷ୍ଟା କରୁଥିଲେ। ଏହାଦେଖି ଉତ୍ତ୍ୟକ୍ତ ଲୋକେ ବିଧାୟିକାଙ୍କୁ ଗାଡ଼ିରୁ ଓହ୍ଲାଇ ପ୍ରାୟ ୭ କିମି ଚଲାଇ ଚଲାଇ ନେଇଥିଲେ ଓ କ୍ଷତିଗ୍ରସ୍ତ ଘର ଓ ଉଜୁଡ଼ି ଯାଇଥିବା କ୍ଷେତ ଦେଖାଇଥିଲେ ବୋଲି ଜଣାପଡ଼ିଛି।

ଗତ ମାସେ ହେବ ତାଟ, କୁଂଜିଆ, ବିଉଁରିଆ ଓ ନାକୁଡ଼ା ମତା ଭଳି ଗାଁରେ ହାତୀ ମାତିଛନ୍ତି । ପନିପରିବା, ଘରଦ୍ୱାର ସହିତ କଦଳୀ ବଗିଚା ନଷ୍ଟ କରିଛନ୍ତି। ଏହାକୁ ନେଇ ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଲୋକେ।

The post ରାଜପଥରେ ବୁଲିଲେ ଦୁଇ ଦନ୍ତା, ଲୋକେ ଛାନିଆ appeared first on Odisha Reporter.



from Odisha Reporter https://ift.tt/363no8C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages