ବିବାଦରେ ଶାହାରୁଖଙ୍କ ‘ପଠାନ’, ଶୁଟିଂ ସେଟରେ ମାରପିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ବିବାଦରେ ଶାହାରୁଖଙ୍କ ‘ପଠାନ’, ଶୁଟିଂ ସେଟରେ ମାରପିଟ୍

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘ପଠାନ’କୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍ସାହ ଭରି ରହିଛି। ତାଙ୍କ ପ୍ରଶଂସକମାନେ ଏହି ଫିଲ୍ମର ରିଲିଜକୁ ନେଇ ଅପେକ୍ଷା କରି ବସିଛନ୍ତି। ତେବେ ବଲିଉଡ ବାଦଶାହଙ୍କ ଏହି ଫିଲ୍ମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଫିଲ୍ମର ଶୁଟିଂ ସେଟରେ ହୋଇଛି ଝଗଡା । ଏପରିକି ମାରପିଟ ଯାଏଁ ମଧ୍ୟ କଥା ଯାଇଥିବା ଶୁଣିବାକୁ ମିଳିଛି। ଫଳରେ ଫିଲ୍ମ ଶୁଟିଂ ଅଟକି ଯାଇଛି।

କିଛି ଦିନ ପୂର୍ବେ ଫିଲ୍ମ ‘ପଠାନ’ର ଶୁଟିଂ ସେଟରେ ନିର୍ଦ୍ଦେଶକ ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏପରିକି ଉଭୟଙ୍କ ମଧ୍ୟରେ ମାରପିଟ ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା, ଯାହା ଶାହାରୁଖଙ୍କ କ୍ୟାରିଅରର ପ୍ରଥମ ଘଟଣା। ଏହି ଝଗଡା ଯୋଗୁଁ ଶାହାରୁଖଙ୍କ ଏହି ଫିଲ୍ମର ଶୁଟିଂକୁ କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଛି। ସେପଟେ ପ୍ରଡକ୍ସନ ହାଉସ ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟରକୁ ଚାକିରିରୁ ବିଦା କରିଦେଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର, ନିର୍ଦ୍ଦେଶକ ଆନନ୍ଦ ଏଲ୍ ରଏଙ୍କ କଥା ଶୁଣୁ ନଥିଲା। ଶୁଟିଂ ସେଟରେ ଫୋନ ବ୍ୟବହାର କରିବା ବାରଣ ଥିବା ସତ୍ତ୍ୱେ ସେ ଫୋନରେ କଥା ହେଉଥିଲା। ଏହାକୁ ବାରଣ କରିବା ଯୋଗୁଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ମାରପିଟ ଯାଏଁ କଥା ଯାଇଥିଲା। ଏପରିକି ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର।

ଏହି ଘଟଣାକୁ ନେଇ ଶାହାରୁଖ ବିରକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏଭଳି ପରିସ୍ଥିତିରେ କୌଣସି ଅଭିନେତ୍ରୀ କିଭଳି କାମ କରିପାରିବେ। ଯେଉଁ ଶୁଟିଂ ସେଟରେ ଏଭଳି ଝଗଡା ହେବ ସେଠି କାମ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ସେପଟେ ଆଦିତ୍ୟ ଚୋପ୍ରା ଏହି ପୁରା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନର ବିରତି ପରେ ଫିଲ୍ମ ‘ପଠାନ’ ଜରିଆରେ ପୁଣି ଥରେ ଶାହାରୁଖ ଖାନ ବଡ ପରଦାକୁ କମବ୍ୟାକ୍ କରିବାକୁ ଯାଉଛନ୍ତି। ଏହି ବିଗ୍ ବଜେଟ ଫିଲ୍ମରେ ତାଙ୍କ ଅପୋଜିଟରେ ଦୀପିକା ପାଦୁକୋନା ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଜନ ଅବ୍ରାହମ ମଧ୍ୟ ନଜର ଆସିବେ ।

The post ବିବାଦରେ ଶାହାରୁଖଙ୍କ ‘ପଠାନ’, ଶୁଟିଂ ସେଟରେ ମାରପିଟ୍ appeared first on Odisha Reporter.



from Odisha Reporter https://ift.tt/364H10c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages