ଅଷ୍ଟ୍ରେଲିଆକୁ ଡବଲ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 8, 2021

ଅଷ୍ଟ୍ରେଲିଆକୁ ଡବଲ ଝଟକା

ସିଡ୍‌ନୀ: ଭାରତୀୟ ଦଳକୁ ପ୍ରଥମ ଇନିଂସ୍‌ରେ ୨୪୪ ରନ୍‌ରେ ଅଲ୍‌ଆଉଟ୍ କରିବା ପରେ ଅଷ୍ଟ୍ରେଲିଆକୁ ଲାଗିଛି ଡବଲ୍‌ ଝଟକା। ଦଳ ତା’ର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ବେଳେ ୧୦ ଓଭର ମଧ୍ୟରେ ଦୁଇଟି ୱିକେଟ୍ ହରାଇଛି। ୫.୫ ଓଭରରେ ଦଳ ୱିଲ୍ ପୁକୋଭସ୍କିଙ୍କୁ ହରାଇଥିଲା। ପ୍ରଥମ ଇନିଂସ୍‌ରେ ୬୨ ରନ୍ କରିଥିବା ୱିଲ୍ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ମହମ୍ମଦ ସିରାଜଙ୍କ ବଲ୍‌ରେ ସେ ଋଦ୍ଧିମାନ ସାହାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିଭଳି ପ୍ରଥମ ଇନିଂସ୍‌ରେ ଫେଲ୍ ମାରିଥିବା ଡାଭିଡ ୱାର୍ଣ୍ଣର ଏଥର ବି ବିଫଳ ହୋଇଛନ୍ତି। ସେ ୧୩ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ଏଲ୍‌ବିଡବ୍ଳ୍ୟୁ ହୋଇଥିଲେ।

ଖବର ଲେଖାଯିବା ସୁଦ୍ଧା ମାର୍ନସ ଲାବୁଶେନ୍ ଓ ଷ୍ଟିଭ୍ ସ୍ମିଥ୍ କ୍ରିଜ୍‌ରେ ଅଛନ୍ତି। ଦଳ ୧୩ ଓଭରରେ ୪୧ ରନ୍ କରିଛନ୍ତି।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୩୮ ରନ୍ କରିଥିବା ବେଳେ ଟିମ୍ ଇଣ୍ଡିଆ ୯୪ ରନ୍ ପଛରେ ରହିଯାଇଛି। ଗତକାଲି ଅଷ୍ଟ୍ରେଲିଆକୁ ୩୩୮ ରନ୍‌ରେ ଅଲ୍‌ଆଉଟ୍ କରିବା ପରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨ଟି ୱିକେଟ୍ ହରାଇ ୯୬ ରନ୍ କରିଥିଲା। ରୋହିତ ୨୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଶୁବମନ ଗିଲ୍ ୫୦ ରନ୍ କରି ଆଉଟ୍ ହୋଇଥିଲେ। ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୯ ଓ ୫ ରନ୍ କରି କ୍ରିଜ୍‌ରେ ଥିଲେ। ଆଜି ଏ ଦୁଇ ବ୍ୟାଟ୍ସମ୍ୟାନ ପୁଣି ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇ ଥିଲେ। ହେଲେ ଅଧିନାୟକ ରାହାଣେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ନିଜ ଖାତାରେ ଆଉ ମାତ୍ର ୧୭ ରନ୍ ଯୋଡ଼ିବାକୁ ସମର୍ଥ ହୋଇଥିଲେ। ୨୨ ରନ୍ କରିଥିବା ବେଳେ ପ୍ୟାଟ କମିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ରାହାଣେଙ୍କ ପରେ ହନୁମା ବିହାରୀ ଆସିଥିଲେ। କିନ୍ତୁ ସେ ପୁଣି ଫେଲ୍ ମାରିଥିଲେ। ୩୮ଟି ବଲ୍ ଖେଳି ମାତ୍ର ୪ ରନ୍ କରି ଜୋଶ ହେଜଲଉଡ୍‌ଙ୍କ ଦ୍ୱାରା ରନ୍‌ ଆଉଟ୍ ହୋଇଥିଲେ। ଋଷଭ ପନ୍ତ ଭଲ ଖେଳିଥିଲେ। କିନ୍ତୁ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ୬୭ଟି ବଲ୍‌ରୁ ୩୬ (୪ ଚୌକା) ରନ୍ କରି ସେ ଆଉଟ୍ ହୋଇଥିଲେ। ହେଜଲଉଡ୍‌ଙ୍କ ବଲ୍‌ରେ ଡାଭିଡ ୱାର୍ଣ୍ଣରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେତେବେଳକୁ ଟିମ୍‌ ଇଣ୍ଡିଆର ସ୍କୋର ୧୯୫ ହୋଇଥିଲା। ପନ୍ତଙ୍କ ପରେ ପରେ ପୂଜାରା ମଧ୍ୟ ଆଉଟ୍ ହୋଇଯାଇଥିଲେ। ପୂଜାରା ୫୦ ରନ୍ କରି ଆଉଟ୍ ହୋଇଥିଲେ। ଏହି ଯୋଡ଼ି ଆଉଟ୍ ହୋଇଯିବା ପରେ ଟିମ୍‌ ଇଣ୍ଡିଆର ବଡ଼ ସ୍କୋର ଆଶା ମଉଳି ଯାଇଥିଲା।

ରବୀନ୍ଦ୍ର ଜାଡ଼େଜା ୨୮ ରନ୍ କରି ଅପରାଜିତ ରହିଥିବା ବେଳେ ବାକି ସବୁ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ୧୦ ରନ୍ କରି ରନ୍‌ଆଉଟ୍ ହୋଇଥିଲେ। ନବଦୀପ ସାଇନି ୩ ରନ୍ କରିଥି ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ମାଥ୍ୟୁ ୱାଡେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଯଶପ୍ରୀତ ବୁମ୍ରା ଖାତା ଖୋଲିପାରି ନଥିଲେ। ସେ ମାର୍ନସ ଲାବୁଶେନଙ୍କ ଦ୍ୱାରା ରନ୍‌ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ୬ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ଟିମ୍ ପେନ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜୋଶ ହେଜଲଉଡ୍‌ ୨ଟି ଓ ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ୍ ନେଇଥିଲେ।

The post ଅଷ୍ଟ୍ରେଲିଆକୁ ଡବଲ ଝଟକା appeared first on Odisha Reporter.



from Odisha Reporter https://ift.tt/3q6KAKC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages