ନିୟମ ଭାଙ୍ଗି ବଲ୍‌ ସହ ଏମିତି କାମକଲେ ବେନ୍‌ ଷ୍ଟୋକ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ନିୟମ ଭାଙ୍ଗି ବଲ୍‌ ସହ ଏମିତି କାମକଲେ ବେନ୍‌ ଷ୍ଟୋକ୍ସ

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଐତିହାସିକ ପିଙ୍କ ବଲ୍‌ ଟେଷ୍ଟ। ଗତକାଲି ପ୍ରଥମ ଦିନରେ ଇଂଲଣ୍ଡ ୧୧୨ରେ ଅଲଆଉଟ ହେବା ପରେ ଭାରତ ତା’ର ପ୍ରଥମ ଇନିଂସ୍‌ ଆରମ୍ଭ କରିଥିଲା। ପ୍ରଥମଦିନର ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ୱିକେଟ ହରାଇ ୯୯ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ୍ ଶର୍ମା ୫୭ (୮୨ ବଲ୍, ୯ ଚୌକା) ଓ ଅଜିଙ୍କ୍ୟ ରାହାଣେ ୧ ରନ୍ କରି ଅପରାଜିତ ରହିଛନ୍ତି।

ତେବେ ଭାରତୀୟ ଇନିଂସରେ ଗୋଟିଏ ବଡ଼ ଘଟଣା ନଜରକୁ ଆସିଛି। ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସ କରୋନା କଟକଣାକୁ ଉଲ୍ଲଙ୍ଘନ କରି ବଲ୍‌ରେ ଲାଳ ମାରି ଏହାକୁ ସାଇନ କରିବାକୁ ଚେଷ୍ଟା କରୁଥିବା କ୍ୟାମେରାରେ ଧରାପଡ଼ିଛି। ଅମ୍ପାୟାର ଷ୍ଟୋକ୍ସଙ୍କ ଏହି ଆଚରଣକୁ ଦେଖି ତୁରନ୍ତ ବଲ୍‌କୁ ସାନିଟାଇଜ୍‌ କରିଥିଲେ।

ଭାରତୀୟ ଇନିଂସ୍‌ର ୧୨ତମ ଓଭର ଶେଷ ହେବା ପରେ ଏହି ଘଟଣା ଘଟିଥିଲା। ଷ୍ଟୋକ୍ସ ଅମ୍ପାୟାରଙ୍କ ପାଖରେ ହିଁ ଭୁଲବଶତଃ ବଲ୍‌ରେ ଲାଳ ମାରି ଏହାକୁ ସାଇନ୍‌ କରିବାକୁ ଚେଷ୍ଟା କରିଥିଲେ। ଏକଥା ଫିଲ୍ଡ ଅମ୍ପାୟାର ନୀତୀନ ମେନନ୍‌ ଦେଖିବା ପରେ ଷ୍ଟୋକ୍ସଙ୍କ ସହ କଥା ହୋଇଥିଲେ। ଏହାପରେ ସେ ନିୟମ ଅନୁଯାୟୀ ବଲକୁ ସାନିଟାଇଜ୍‌ ବି କରିଥିଲେ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଜୁନ୍‌ ମାସରେ ଆଇସିସି ବଲ୍‌ରେ ଲାଳ ମାରିବାକୁ ମନା କରିଥିଲା। ଏଥିପାଇଁ ସ୍ୱତନ୍ତ୍ର ନିୟମ ମଧ୍ୟ ଲାଗୁ କରାଯାଇଛି। ପ୍ରତି ଇନିଂସ୍‌ରେ ଗୋଟିଏ ଟିମ୍‌କୁ ଲାଳ ମାରିବା ଘଟଣାରେ ଦୁଇଥର ୱାର୍ଣ୍ଣିଂ ଦିଆଯିବ। ଏହାପରେ ବି ଯଦି ଟିମ୍‌ର କୌଣସି ସଦସ୍ୟ ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ଦଳୀୟ ସ୍କୋରରୁ ୫ ରନ୍‌ କାଟି ଦିଆଯିବ। ସେହିପରି ବଲ୍‌ରେ ଲାଳ ମାରିବା କ୍ଷଣି ଅମ୍ପାୟାର ଖେଳକୁ ବନ୍ଦ କରିବେ। ବଲ୍‌କୁ ସାନିଟାଇଜ୍‌ କରାଯିବା ପରେ ଯାଇ ପୁଣି ମ୍ୟାଚ୍‌ ଆଗକୁ ବଢ଼ିବ।

The post ନିୟମ ଭାଙ୍ଗି ବଲ୍‌ ସହ ଏମିତି କାମକଲେ ବେନ୍‌ ଷ୍ଟୋକ୍ସ appeared first on Odisha Reporter.



from Odisha Reporter https://ift.tt/3bGeoZ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages