ଶିକାର ପରେ ହାତୀ ଦାନ୍ତ କାଟି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ଶିକାର ପରେ ହାତୀ ଦାନ୍ତ କାଟି ନେଲେ

ବାରିପଦା(ମାନିକ ଲାଲା ପାଣି): ପ୍ରଥମେ ଶିମିଳିପାଳରୁ ଶିକାର କେଲା ତା’ପରେ ହାତୀର ଦାନ୍ତ କାଟି ନେଲେ ଦୁର୍ବୃତ୍ତ। ଗୋଟିଏ କି ଦୁଇଟି ନୁହେଁ ଦୁର୍ବୃତ୍ତମାନେ ୮ ଖଣ୍ଡ ଦାନ୍ତ କାଟି ନେଇଛନ୍ତି। ଖବର ପାଇ ବାରିପଦା ବନଖଣ୍ଡ ଉଦଳା ରେଞ୍ଜ ଅଙ୍ଗାରପଦା ଗାଁରେ ବନ ବିଭାଗ ବଢାଉ କରି ୪୫ କେଜି ଓଜନର ହାତୀଦାନ୍ତ ଜବତ କରିଛି। ଯାହାର ଲମ୍ବ ପାଞ୍ଚ ଫୁଟ ଛଅ ଇଞ୍ଚ ରହିଥିବା ଜଣାପଡିଛି।

ଗ୍ରାହକ ବେଶରେ ବନ ବିଭାଗ ଅଧିକାରୀ ଯାଇ ଏହି ହାତୀ ଦାନ୍ତ ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି।  ଗିରଫ ୨ ଶିକାରୀ ହେଲେ ଫାଗୁରାମ ହାଁସଦା ଓ ରାମଚନ୍ଦ୍ର ହାଁସଦା। ଏମାନେ ଶିମିଳିପାଳ ଅଭୟାରଣ୍ୟର ବୋଫର ଅଞ୍ଚଳର ଅନନ୍ତପୁର ଗାଁର ବୋଲି ଜଣାପଡିଛି। ପଚରାଉଚରା ବେଳେ ଏମାନେ ଶିମିଳିପାଳ ଅଭୟାରଣ୍ୟରେ ହାତୀ ଶିକାର କରିଥିବା ମାନିଥିବା ବନ ବିଭାଗ ସୂଚନା ଦେଇଛି।

ସୂଚନା ମୁତାବକ ଗତ କିଛିଦିନ ତଳେ ଉଦଳା ଓ କପ୍ତିପଦା ଅଞ୍ଚଳରେ ଦୁଇଟି ହାତୀ ଶିକାର ହୋଇଥିଲା।  ତେବେ ଜବତ ହୋଇଥିବା ଦାନ୍ତ ଏହି ଦୁଇ ହାତୀର ନା ଅନ୍ୟ ହାତୀର ସେ ନେଇ ବନ ବିଭାଗ ପକ୍ଷରୁ ଯାଂଚ ପାଇଁ କେମିକାଲ ଟେଷ୍ଟିଂ କରିବାକୁ ଡେରାଡୁନ ପଠାଯିବ। ଏହାସହ ଗିରଫ ଦୁଇ ଜଣ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଅନ୍ତଃରାଜ୍ୟ ସ୍ମଗଲରଙ୍କ ସହ ଏମାନଙ୍କ ସଂପର୍କ ଅଛି କି ନାହିଁ ତାହାର ତଦନ୍ତ କରାଯିବ ବୋଲି ଡିଏଫଓ କହିଛନ୍ତି  ।

The post ଶିକାର ପରେ ହାତୀ ଦାନ୍ତ କାଟି ନେଲେ appeared first on Odisha Reporter.



from Odisha Reporter https://ift.tt/3suTGlT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages