ଛୁଆକୁ ଧରିବୁ କହି ୪ ଦିନର ଶିଶୁକୁ ମା’ କୋଳରୁ ଚୋରାଇ ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ଛୁଆକୁ ଧରିବୁ କହି ୪ ଦିନର ଶିଶୁକୁ ମା’ କୋଳରୁ ଚୋରାଇ ନେଲେ

ବାରିପଦା(ମାଣିକ ଲାଲ ପାଣି): ପ୍ରଥମେ ପାଖକୁ ଆସି କଥା ହେଲେ। ଛୁଆଟି ଭଲ ହୋଇଛି, ଟିକେ ଧରିବି ବୋଲି କହିଲେ। ଏହାପରେ  ଛୁଆଟିକୁ ବୁଲାଇ ଆଣିବି ବୋଲି କହି ଫେରାର ହୋଇଗଲେ। ଗତକାଲି ଏପରି ଭାବେ ମା’ କୋଳରୁ ଚୋରି ହୋଇଗଲା ୪ ଦିନର ଶିଶୁ କନ୍ୟା। ହେଲେ ପୁଲିସ୍‌ ସଙ୍ଗେସଙ୍ଗେ ଖୋଳତାଡ଼ ଆରମ୍ଭ କରି ଛୁଆଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବା ସହ ୨ ମହିଳାଙ୍କୁ ଅଟକ ରଖିଛି। ଗତକାଲି ଏପରି ଭାବେ ବାରିପଦା ମେଡିକାଲ୍ କଲେଜ ପରିସରରୁ ଏକ ନବଜାତ ଶିଶୁ କନ୍ୟା ଗାଏବ ହୋଇଯାଇଥିଲା।

ଅଭିଯୋଗ ଅନୁସାରେ, ମେଡିକାଲ୍ କଲେଜ ପରିସରରେ କିଛି ଦିନ ହେଲା ବୁଲାବୁଲି କରୁଥିବା ୨  ମହିଳା ନବଜାତର ବାପା ମା’ ସହ ସଂପର୍କ ଯୋଡ଼ିଥିଲେ । ଗତକାଲି ପିଲାଟି ଭଲ ହୋଇଛି, ଧରି ଟିକେ ବୁଲାଇଦେବି କହି ନେଇ  ଫେରାର୍ ହୋଇଯାଇଥିଲେ । ଏନେଇ ଶିଶୁର ପରିବାର ଲୋକ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ ।

ଏହା ପରେ ପୁଲିସ୍‌ ବାରିପଦା ସହର ଉପକଣ୍ଠ ରାଗଧା ଅଞ୍ଚଳରୁ ୨ ମହିଳାଙ୍କୁ ଗିରଫ କରିବା ସହ ଶିଶୁଟିକୁ ଉଦ୍ଧାର କରି ବାପା ମା’ଙ୍କୁ ହସ୍ତାନ୍ତର କରିଛି  । ଗିରଫ ମହିଳାଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ସହଦେବଖୁଣ୍ଟା ଓ ଅନ୍ୟଜଣେ  ମୟୂରଭଞ୍ଜ ଚାନ୍ଦୁଆ ଅଞ୍ଚଳର ବୋଲି ଜଣାପଡ଼ିଛି ।  ତେବେ ସେମାନେ କାହିଁକି ପିଲା ଚୋରି କରିଥିଲେ ସେନେଇ ପୋଲିସ ତଦନ୍ତ କରୁଛି।

ଏନେଇ  ଥାନା କର୍ତ୍ତୃପକ୍ଷ କହିଛନ୍ତି,   ଖବର ପାଇବା ପରେ ସ୍ୱତନ୍ତ୍ର ଟିମ୍‌ କଲୁ। ଏହାପରେ ସୂଚନା ପାଇ ରାଗଧା ଅଞ୍ଚଳରେ ରେଡ କରି ଛୁଆଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବା ସହ ମହିଳା ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛୁ। ଏନେଇ ମାମଲା ରୁଜୁ ହୋଇଛି।

The post ଛୁଆକୁ ଧରିବୁ କହି ୪ ଦିନର ଶିଶୁକୁ ମା’ କୋଳରୁ ଚୋରାଇ ନେଲେ appeared first on Odisha Reporter.



from Odisha Reporter https://ift.tt/3bzE6yt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages