କୋଝିକୋଡେ: କେରଳ କୋଝିକୋଡେ ରେଳ ଷ୍ଟେସନରେ ଜଣେ ଯାତ୍ରୀଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ଠାବ କରାଯାଇଛି। ସେ ନିଜ ପାଖରେ ୧୦୦ରୁ ଅଧିକ ଜେଲୋଟିନ ଷ୍ଟିକ ଓ ୩୫୦ଟି ଡିଟେନେଟୋର୍ସ ରଖି ଯାଉଥିବା ବେଳେ ରେଳବାଇ ପୁଲିସ୍ ତାଙ୍କୁ କାବୁ କରିଛି। ଏହି ଘଟଣା ପରେ ପରେ ପୂରା ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସୁରକ୍ଷାକର୍ମୀଙ୍କୁ ଆଲର୍ଟ ଜାରି କରାଯାଇଛି।
ସୂଚନା ଅନୁସାରେ, ଏତେ ପରିମାଣର ବିସ୍ଫୋରକ ଜଣେ ମହିଳା ଯାତ୍ରୀଙ୍କ ଠାରୁ ଠାବ ହୋଇଛି। ସେ ଚେନ୍ନାଇ-ମଙ୍ଗଳପୁରମ ଏକ୍ସପ୍ରେସରେ ଯାତ୍ରା କରୁଥିବା ବେଳେ ରେଳବାଇ ପୁଲିସ୍ ତାଙ୍କୁ କାବୁ କରିଛି। ସେ ଏହି ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଟ୍ରେନ୍ର ସିଟ୍ ତଳେ ରଖିଥିଲେ।
ମହିଳା ଜଣଙ୍କ ହେଉଛନ୍ତି ରମାଣୀ। ତାଙ୍କ ଘର ତାମିଲନାଡୁରେ। ବିସ୍ଫୋରକ ଜବତ ହେବା ପରେ ତାଙ୍କୁ ପୁଲିସ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି। ଏଯାଏ ଘଟଣା ସମ୍ପର୍କରେ ପୁଲିସ୍ ପକ୍ଷରୁ ବିସ୍ତୃତ ସୂଚନା ମିଳିନାହିଁ। ସେହିପରି ମହିଳା ଜଣଙ୍କ କାହିଁକି ଏତେ ପରିମାଣର ବିସ୍ଫୋରକ ଟ୍ରେନରେ ନେଇ ଯାତ୍ରା କରୁଥିଲେ, ସେକଥା ବି କୁହାଯାଇ ନାହିଁ।
ଗୋଟିଏ ସୂତ୍ର ଅନୁସାରେ, ନଳକୂପ ଖୋଳିବା ପାଇଁ ମହିଳା ଜଣଙ୍କ ବିସ୍ଫୋରକ ନେଇ ଯାଉଥିବା ପୁଲିସ୍କୁ କହିଛନ୍ତି। ତେବେ ପୁଲିସ୍ ଏହାକୁ ବିଶ୍ୱାସ କରିନାହିଁ। ଏବେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଘଟଣାର ପୂରା ତଦନ୍ତ କରାଯାଇଥିବା ଜଣାପଡ଼ିଛି।
The post ଯାତ୍ରୀଙ୍କ ଠାରୁ ମିଳିଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ପୂରା ରେଳ ଷ୍ଟେସନରେ ହାଇଆଲର୍ଟ appeared first on Odisha Reporter.
from Odisha Reporter https://ift.tt/3kwVAj1
No comments:
Post a Comment