ମେଲବର୍ଣ୍ଣ: ମେଣ୍ଢା ଶରୀରରୁ ଲୋମ ସଂଗ୍ରହ କରାଯାଏ। ହେଲେ ଆଜି ଆମେ ଏମିତି ଏକ ମେଣ୍ଢା ବିଷୟରେ କହିବୁ, ଯିଏ ୩୫ କେଜିର ଲୋମ ବୋଝ ଧରି ବୁଲୁଥିଲା। ଏଥିପାଇଁ ସେ ଅନେକ କଷ୍ଟ ଅନଭୁବ ମଧ୍ୟ କରୁଥିଲା। ଅଷ୍ଟ୍ରେଲିଆର ବଣବୁଦାରେ ବୁଲୁଥିବା ଗୋଟିଏ ମେଣ୍ଢା ରକ୍ଷାଣବେକ୍ଷଣ ଅଭାବରୁ ୩୫ କେଜି ଲୋମ ନିଜ ଶରୀରରେ ଉପରେ ଧରି ବୁଲୁଥିବା ଭିଡିଓ ସାମ୍ନାକୁ ଆସିଛି। ପ୍ରାୟ ୫ ବର୍ଷ ଧରି ତା’ ଶରୀରରେ ସୃଷ୍ଟି ହେଉଥିବା ଲୋମକୁ କଢ଼ା ଯାଉ ନଥିବାରୁ ଏହା ବଢ଼ିବଢ଼ି ୩୫ କେଜିରେ ପହଞ୍ଚି ଯାଇଥିବା ଜଣାପଡ଼ିଛି।
ଏଭଳି ବିଶାଳ କାୟ ଲୋମ ଥିବାରୁ ଯୋଗୁ ମେଣ୍ଢାଟି ଅନେକ କଷ୍ଟ ସହିସହି ବଞ୍ଚଥିଲା। ଲୋମ ଯୋଗୁ ତା’ କାନ ଓ ଆଖି ଏକ ପ୍ରକାରର ବନ୍ଦ ହୋଇଯାଇଥିଲା। ମେଣ୍ଢାଟିକୁ ଭିକ୍ଟୋରିଆନ ଫରେଷ୍ଟ ଷ୍ଟେଟରୁ ଠାବ କରାଯିବା ପରେ ଉତ୍ତର ମେଲବର୍ଣ୍ଣରେ ଥିବା ଗୋଟିଏ ଜନ୍ତୁ ସଂରକ୍ଷଣ ପ୍ରକୋଷ୍ଠକୁ ଅଣାଯାଇଥିଲା। ସେଠାରେ ତା’ ଶରୀରରୁ ସବୁ ଲୋମକୁ ବିଶେଷଜ୍ଞମାନେ କାଢ଼ି ଦେଇଛନ୍ତି।
ସଂସ୍ଥା ପକ୍ଷରୁ ପାମ ଅହେରନ୍ କହିଛନ୍ତି, ଏତେ ବିଶାଳ ଓଜନର ଲୋମ ଧାରଣ କରି ମେଣ୍ଢାଟି କେମିତି ବଞ୍ଚି ରହିଥିଲା, ତାହା ଆମେ ବିଶ୍ୱାସ ମଧ୍ୟ କରିପାରୁନାହୁଁ। ପ୍ରାୟ ୫ ବର୍ଷ ଧରି ତା’ ଶରୀରରେ ବଢ଼ୁଥିବା ଲୋମକୁ କଟା ଯାଇ ନଥିଲା।
ଏହି କାରଣରୁ ଲୋମର ଓଜନ ପ୍ରାୟ ୩୫ କେଜିରେ ପହଞ୍ଚି ଯାଇଥିଲା। ଓଜନ ବଢ଼ିବା ଯୋଗୁ ସେ ଠିକ୍ ଭାବେ ଚାଲି ପାରୁ ନଥିଲା। ସେହିପରି ଖାଦ୍ୟ ଖାଇବା ଓ ଶୋଇବା ବେଳେ ମଧ୍ୟ ସେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲା। ଅଷ୍ଟ୍ରେଲିଆର ପାଣିପାଗ ଅନୁଯାୟୀ, ବର୍ଷକୁ ଅତିକମରେ ମେଣ୍ଢାମାନଙ୍କ ଶରୀରରୁ ଲୋମ କଢ଼ା ଯିବା ଦରକାର। ନଚେତ୍ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।
କାରଣ ଏଠାରେ ଖରାଦିନେ ପ୍ରବଳ ଗରମ ହୋଇଥାଏ। ଏଭଳି ସ୍ଥିତିରେ ଜଙ୍ଗଲରେ ରହୁଥିବା ପଶୁ ମାନଙ୍କ ଏହାକୁ ସହ୍ୟ କରିବା ଅସମ୍ଭବ ହୋଇପଡ଼େ। ଅନେକ ସମୟରେ ଖରା ଯୋଗୁ ପଶୁ ମଡ଼କର ଖବର ମଧ୍ୟ ଆସିଥାଏ। ଏସବୁ ସତ୍ତ୍ୱେ ମେଣ୍ଢାଟି ଏତେ ଦିନ ବଞ୍ଚି ରହିଥିଲା। ଆମେ ତା’କୁ ଏଠାକୁ ଆଣିବା ପରେ ଲୋମ ଗୁଡ଼ିକୁ ସଫା କରିଥିଲୁ। ଏବେ ସେ ସଂପୂର୍ଣ୍ଣ ଭାବେ ଠିକ୍ ରହିଥିବା ସେ କହିଛନ୍ତି।
The post ମେଣ୍ଢା ଉପରେ ୩୫ କିଲୋର ‘ଲୋମ’ ବୋଝ, ଦେଖନ୍ତୁ ଭିଡିଓ appeared first on Odisha Reporter.
from Odisha Reporter https://ift.tt/3pWMg92
No comments:
Post a Comment