ଅହମ୍ମଦାବାଦ: ରବିଚନ୍ଦ୍ରନ ଅଶ୍ୱିନ୍ ଟେଷ୍ଟ୍ କ୍ରିକେଟ୍ରେ ୪୦୦ ୱିକେଟ୍ ପୂରଣ କରିଛନ୍ତି। ଗୁରୁବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡକୁ ଟିମ୍ ଇଣ୍ଡିଆ ୧୦ ୱିକେଟ୍ରେ ପରାସ୍ତ କରିଥିବା ବେଳେ ଏଥିରେ ଇତିହାସ ରଚିଥିଲେ ଅଶ୍ୱିନ୍। ଟେଷ୍ଟ କ୍ରିକେଟ୍ରେ ୪୦୦ ୱିକେଟ୍ ନେବାରେ ସେ ବନିଛନ୍ତି ଭାରତର ଦ୍ରୁତ ବୋଲର। ତା’ସହିତ ଏହି ଫର୍ମାଟ୍ରେ ୪୦୦ ୱିକେଟ୍ ନେବାରେ ସେ ସାରା ବିଶ୍ୱରେ ଦ୍ୱିତୀୟ ଦ୍ରୁତ ବୋଲର ଆଖ୍ୟା ପାଇଛନ୍ତି।
ଏହି ସଫଳତା ପାଇଁ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ସେ ଅଶ୍ୱିନଙ୍କୁ ‘ମଡର୍ଣ୍ଣ ଡେ’ ଲିଜେଣ୍ଡ’ ବୋଲି କହିଥିଲେ।
ବିରାଟ କହିଥିଲେ, ଭାରତୀୟ କ୍ରିକେଟ୍କୁ ଅଶ୍ୱିନ୍ଙ୍କ ଯୋଗଦାନକୁ ଆମେ ସମସ୍ତେ ଭଲ ଭାବେ ଦେଖିବା ଉଚିତ୍ ଓ ତା’ସହିତ ଆମେ ସମସ୍ତେ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ୍। ୪୦୦ ୱିକେଟ୍ ଏକ ବଡ଼ ସଫଳତା। ତାଙ୍କ ପାଖରେ ଆହୁର ବହୁତ ଖେଳ ବାକି ରହିଛି। ଆହୁରି ବହୁତ ବର୍ଷ ସେ ଦେଶ ପାଇଁ ଖେଳିବେ। ମୁଁ ଭାବୁଛି ଟେଷ୍ଟ କ୍ରିକେଟ୍ରେ ସେ ହେଉଛନ୍ତି ‘ମଡର୍ଣ୍ଣ ଡେ’ ଲିଜେଣ୍ଡ’। ସେ ଆମ ସହିତ ଟିମ୍ରେ ଥିବାରୁ ଆମେ ଭାଗ୍ୟବାନ ମନେ କରୁଛୁ।
ଏହା ସହିତ ଅଶ୍ୱିନ୍ଙ୍କୁ ସେ ’ଲେଜ୍’ ସମ୍ବୋଧନ କରିବେ ବୋଲି କହିଥିଲେ। ଗୁରୁବାର ଜୋଫ୍ରା ଆର୍ଚରଙ୍କୁ ଆଉଟ୍ କରିବା ପରେ ନିଜ ନାଁରେ ୪୦୦ ୱିକେଟ୍ ରେକର୍ଡ ହାସଲ କରିଥିଲେ ରବିଚନ୍ଦ୍ରନ ଅଶ୍ୱିନ୍।
ସେ ୭୭ଟି ଟେଷ୍ଟ୍ ଖେଳି ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ଆଗରେ କେବଳ ଶ୍ରୀଲଙ୍କାର ମୁଥିଆ ମୁରଲୀଧନର ରହିଛନ୍ତି। ସେ ୭୨ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୪୦୦ ୱିକେଟ୍ ହାସଲ କରିଥିଲେ। ବିଶ୍ୱରେ ଦ୍ରୁତ ୪୦୦ ଟେଷ୍ଟ୍ ୱିକେଟ୍ ହାସଲ କରିବାର ରେକର୍ଡ ମୁଥିଆଙ୍କ ନାଁରେ ରହିଛି।
ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଅଶ୍ୱିନ୍ ଦୁଇଟି ଇନିଂସ୍ରେ ମିଶି ୭ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସ୍ରେ ୩ ଓ ଦ୍ୱିତୀୟ ଇନିଂସ୍ରେ ୪ଟି ୱିକେଟ୍ ନେଇଥିଲେ।
ଏହି ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଇଂଲଣ୍ଡ ୧୧୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପ୍ରଥମ ଇନିଂସ୍ରେ ୧୪୫ ରନ୍ କରିବାକୁ ସମର୍ଥ ହୋଇଥିଲା। ଇଂଲଣ୍ଡର ଦ୍ୱିତୀୟ ଇନିଂସ୍ ୮୧ ରନ୍ରେ ଶେଷ ହୋଇଯାଇଥିଲା। ଫଳରେ ଭାରତ ୧୦ ୱିକେଟ୍ରେ ଏହି ମ୍ୟାଚ୍ ଜିତି ଯାଇଥିଲା। ମାତ୍ର ଦୁଇ ଦିନରେ ଏଠାରେ ଟେଷ୍ଟ୍ ମ୍ୟାଚ୍ର ଫଇସଲା ହୋଇଯାଇଥିଲା। ତା’ସହିତ ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଭାରତ ୨-୧ରେ ଆଗୁଆ ରହିଛି।
.@ashwinravi99 is a modern day Legend : @imVkohli #TeamIndia #INDvENG #PinkBallTest @Paytm pic.twitter.com/AaQqI3QcUa
— BCCI (@BCCI) February 25, 2021
The post କାହାକୁ ‘ମଡର୍ଣ୍ଣ ଡେ’ ଲିଜେଣ୍ଡ’ କହିଲେ ବିରାଟ? appeared first on Odisha Reporter.
from Odisha Reporter https://ift.tt/2NyzLnm
No comments:
Post a Comment