କାୟା ମେଲାଉଛି କରୋନା: ଦିନକରେ ୧୨୦ ମୃତ, ୧୬ ହଜାରରୁ ଅଧିକ ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 25, 2021

କାୟା ମେଲାଉଛି କରୋନା: ଦିନକରେ ୧୨୦ ମୃତ, ୧୬ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ପୁଣିଥରେ ଭାରତରେ କାୟା ମେଲାଇବା ଆରମ୍ଭ କରିଛି ମହାମାରୀ କରୋନା ଭାଇରସ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୧୬ ହଜାର ପାର କରିଛି। ସେହିପରି ୨୪ ଘଣ୍ଟାରେ ପୁଣିଥରେ ୧୦୦ରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ପ୍ରାଣ ହରାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୬,୫୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୬୩,୪୯୧ରେ ପହଞ୍ଚି ଯାଇଛି। ସେହିପରି ଗତକାଲି ୧୨,୧୭୯ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୦୭,୫୦,୬୮୦ ଛୁଇଁଛି।


ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ଆଉ ୧୨୦ ଜଣ ଲୋକଙ୍କ ଜୀବନ ଯାଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୬,୮୨୫ରେ ପହଞ୍ଚି ଯାଇଛି। ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୧,୫୫,୯୮୬ ରହିଛି।

ସେପ୍ଟେମ୍ବର ମାସରୁ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲା। ହେଲେ ଫେବୃଆରୀ ମାସ ଆରମ୍ଭରୁ ଏହା ପୁଣି ଉପର ମୁହାଁ ହୋଇଛି। ବିଶେଷ କରି ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଠାରେ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତରେ ଏଯାଏ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ୧,୩୪,୭୨,୬୪୩ ଜଣ ଲୋକଙ୍କୁ ଦିଆଯାଇଛି।

The post କାୟା ମେଲାଉଛି କରୋନା: ଦିନକରେ ୧୨୦ ମୃତ, ୧୬ ହଜାରରୁ ଅଧିକ ସଂକ୍ରମିତ appeared first on Odisha Reporter.



from Odisha Reporter https://ift.tt/37OeT2m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages