ପ୍ରତାରଣା କରି ଜେଲ୍‌ ଯିବା ପରେ ଅନୁତାପ କଲା ପ୍ରେମିକ, ଜେଲ୍‌ରେ ହେଲା ବିବାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 25, 2021

ପ୍ରତାରଣା କରି ଜେଲ୍‌ ଯିବା ପରେ ଅନୁତାପ କଲା ପ୍ରେମିକ, ଜେଲ୍‌ରେ ହେଲା ବିବାହ

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ମନ ଦିଆନିଆରୁ ଆରମ୍ଭ ହୁଏ ପ୍ରେମ ।  ପ୍ରେମରେ ଥାଏ ମାନ, ଅଭିମାନ, ରାଗରୁଷା । କେତେବେଳେ ମନ ମିଶିଗଲେ ଦୁହେଁ ସାତ ଜନ୍ମ ଲାଗି ସାଥୀ ହେବାର ସ୍ୱପ୍ନ ଦେଖନ୍ତି ତ କେତେବେଳେ ପ୍ରତାରଣାର ଯନ୍ତ୍ରଣାରେ ଜର୍ଜରିତ ହୁଅନ୍ତି। ହେଲେ ଯେତେ ଯାହା ବାଧା ଆସିଲେ ବି ନିଜ ପ୍ରେମ ତଥା ପ୍ରେମିକକୁ ଭୁଲିବା କଷ୍ଟକର।

ଯେଉଁ ପ୍ରେମିକକୁ ଜଣେ ଯୁବତୀ ପ୍ରତାରକର ଆଖ୍ୟା ଦେଇ ଜେଲ୍‌କୁ ପଠାଇଥିଲା, ଶେଷରେ ସେହି ପ୍ରେମିକର ହାତ ଧରିଲେ। ବାହାଘର ହେଲା।  ତା’ ପୁଣି ଜେଲ୍‌ ଭିତରେ। କୋଳରେ ୩ ମାସର ଶିଶୁକୁ ଧରି ଦୁହେଁ ସାତ ଜନ୍ମର ସାଥୀ ହେବାକୁ କଥା ଦେଲେ। ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଚୌଦ୍ୱାର ମଣ୍ଡଳ କାରାଗାରରେ।

କୋଳରେ ୩ ମାସର ଛୁଆ ସହ ନବଦମ୍ପତି।

କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଗୋବରା ପଞ୍ଚାୟତର କିରିକିଆ ଗ୍ରାମର ମଞ୍ଜୁ ଚାତାର।  ପାଠ ପଢୁଥିବା ବେଳେ ପ୍ରଥମେ ମୋବାଇଲରେ ସଂପର୍କ ଗଢିଉଠିଥିଲା ପାଖ ଗ୍ରାମ ଭରୁଙ୍ଗାବାଡିର ରାଜେଶ ସିଂଙ୍କ ସହିତ। ଦୁହେଁ ଅଲଗା ଅଲଗା ଧର୍ମର।

ପ୍ରଥମେ ଉଭୟଙ୍କ ମଧ୍ୟରେ ମନ ଦିଆନିଆ ହେବା ପରେ ଗଢି ଉଠିଥିଲା ଶାରିରୀକ ସଂପର୍କ। ଫଳରେ ମଞ୍ଜୁ ହୋଇଥିଲେ ଗର୍ଭବତୀ। ତେବେ ଯିଏ ସବୁଦିନ ପାଇଁ ନିଜର କରିଦେବ ବୋଲି ସୁନେଲୀ ସ୍ୱପ୍ନ ଦେଖାଇ ଥିଲା,  ଗର୍ଭବତୀ ହେବା ପରେ ସିଏ ଆଉ ଧରାଛୁଆଁ ଦେଲାନି।

ଗ୍ରାମ ବୈଠକରେ ବି କୌଣସି ସୁଫଳ ମିଳି ନ ଥିଲା। ଇତି ମଧ୍ୟରେ ରାଜେଶ ପାଇଁ ତାଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ ପାଇଁ ଝିଅ ଖୋଜା ଆରମ୍ଭ କରିଦେଇଥିଲେ।

ଥାନା ପରିସରରେ ଯୁବତୀ।

ଏହା ଜାଣିପାରି ମଞ୍ଜୁ ପରିବାର ପକ୍ଷରୁ ସ୍ଥାନୀୟ ଗୁରୁଡିଝାଟିଆ ଥାନାରେ ନଭେମ୍ୱର ମାସ ୧୨ ତାରିଖରେ ଏକ ଅଭିଯୋଗ ଦିଆଯାଇଥିଲା। ଅଭିଯୋଗ ପାଇ ପୁଲିସ୍‌ ଅଭିଯୁକ୍ତ ରାଜେଶକୁ ଗିରଫ କରି କୋର୍ଟଚାଲାଣ କରିଥିଲା।  ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ରାଜେଶକୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା।  ସ୍ପେଶାଲ ପୋକ୍ସୋ କୋର୍ଟରେ ମଧ୍ୟ ମାମଲାର ବିଚାର ଚାଲିଥିଲା।

ଜେଲ୍‌ରେ ରହିବା ଭିତରେ ରାଜେଶ ନିଜକୁ ଭୁଲ ବୁଝିପାରି ଅନୁତାପ କରିଥିଲା। ଏହାର ପ୍ରାୟଶ୍ଚିତ ସ୍ୱରୂପ ମଞ୍ଜୁକୁ ବିବାହ କରିବା ପାଇଁ ପରିବାର ଲୋକ ତଥା ଜେଲର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲା। ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍‌ କର୍ତ୍ତୃପକ୍ଷଙ୍କ  ଉପସ୍ଥିତରେ ଦୁଇ ପରିବାର ଓ ବନ୍ଧୁବାନ୍ଧବଙ୍କ ଗହଣରେ ମଞ୍ଜୁ  ଓ ରାଜେଶଙ୍କ ବିବାହ ହୋଇଥିଲା।

The post ପ୍ରତାରଣା କରି ଜେଲ୍‌ ଯିବା ପରେ ଅନୁତାପ କଲା ପ୍ରେମିକ, ଜେଲ୍‌ରେ ହେଲା ବିବାହ appeared first on Odisha Reporter.



from Odisha Reporter https://ift.tt/3kowLpi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages