ଟିକାକରଣ ପାଇଁ ଏହି ବର୍ଗର ଲୋକଙ୍କୁ ଦରକାର ଡାକ୍ତରୀ ସାର୍ଟିଫିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 25, 2021

ଟିକାକରଣ ପାଇଁ ଏହି ବର୍ଗର ଲୋକଙ୍କୁ ଦରକାର ଡାକ୍ତରୀ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରୁ ଦେଶରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ସରକାରୀ କେନ୍ଦ୍ରରେ ଲୋକଙ୍କୁ ମାଗଣା ଓ ଘରୋଇ କେନ୍ଦ୍ରରେ ଟଙ୍କା ଦେଲେ ଟିକା ମିଳିବ।

ତେବେ ଟିକାକରଣ ପୂର୍ବରୁ କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଛନ୍ତି। ବହୁବିଧ ରୋଗରେ ଆକ୍ରାନ୍ତ ଟିକା ନେବା ପୂର୍ବରୁ ପ୍ରଥମେ ଡାକ୍ତରୀ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟ। ସଂପୃକ୍ତ ବ୍ୟକ୍ତି ଘରୋଇ କିମ୍ବା ସରକାରୀ ମେଡିକାଲରୁ ଟିକାକରଣ ପାଇଁ ସହମିତି ସାର୍ଟିଫିକେଟ୍‌ ଆଣିପାରିବେ। ଏଥିରେ ଡାକ୍ତର ବ୍ୟକ୍ତି ଜଣଙ୍କ କେଉଁ ରୋଗରେ ଆକ୍ରାନ୍ତ ଓ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି କି ନାହିଁ ସେକଥା ଉଲ୍ଲେଖ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସରକାର ଏଯାଏ ଡାକ୍ତରଙ୍କ ପାଇଁ ପ୍ରୋଟକଲ ଜାରି କରି ନଥିଲେ ହେଁ ୬୦ ବର୍ଷରୁ ଅଧିକ ବୟସ୍କ ଓ ଏକାଧିକ ରୋଗ ଯଥା କ୍ୟାନସର, ମଧୁମେହ, କିଡ୍‌ନୀ କିମ୍ବା ଯେକୌଣସି ସାଂଘାତିକ ରୋଗରେ ଆକ୍ରାନ୍ତ ଲୋକଙ୍କୁ ମାର୍ଚ୍ଚ ୧ରୁ ଟିକା ପ୍ରଦାନ କରାଯିବ। ସେହିପରି ସ୍ନାୟୁ ଜନିତ ରୋଗ ଓ ଗୁରୁତର ନିମୋନିଆ ରୋଗରେ ପୀଡ଼ିତ ହେବାର ଆଶଙ୍କା ଥିବା ଲୋକମାନେ ମଧ୍ୟ କରୋନା ଟିକା ନେଇପାରିବେ। ଏହି ପର୍ଯ୍ୟାୟରେ ମୋଟ ୨୭ କୋଟି ଲୋକଙ୍କର ଟିକାକରଣ କରାଯିବ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ଟିକାକରଣ ପୂର୍ବରୁ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଥିବା ବେଳେ ଲୋକମାନେ ଟିକାକରଣ କେନ୍ଦ୍ରରେ ମେଡିକାଲ ସାର୍ଟିଫିକେଟ୍‌ ଦେଖାଇପାରିବେ। କିନ୍ତୁ ଟିକାକରଣ କେନ୍ଦ୍ରକୁ ସିଧାସଳଖ ଗୋଟିଏ ଦିନରେ କେତେ ଲୋକ ଯାଇ ମେଡିକାଲ ପ୍ରମାଣପତ୍ର ଦେଖାଇ ଟିକା ନେଇପାରିବେ, ସେକଥା ଜଣାପଡ଼ିନି।

ମାର୍ଚ୍ଚ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଥିଲେ ହେଁ ପୂର୍ବଭଳି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ଟିକା ଦିଆଯିବ। ୧୦ ହଜାର ସରକାରୀ ଓ ୨୦ ହଜାର ବେସରକାରୀ କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯିବ। ସରକାରୀ କେନ୍ଦ୍ରରେ ମାଗଣା ଓ ଘରୋଇ କେନ୍ଦ୍ର ଗୁଡ଼ିକରେ ଲୋକମାନେ ଟଙ୍କା ଦେଇ ଟିକା ନେଇପାରିବେ। ଏଯାଏ ସରକାର ଟିକାର ଗୋଟିଏ ଡୋଜ୍‌ର ମୂଲ୍ୟ ନିର୍ଦ୍ଧାରଣ କରିନାହାନ୍ତି।

ତଥାପି କୁହାଯାଉଛି ଯେ ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ଗୋଟିଏ ଡୋଜ୍‌ର ଦାମ ୩୦୦ରୁ ୪୦୦ ଟଙ୍କା ମଧ୍ୟରେ ରହିବ। ଜଣେ ବ୍ୟକ୍ତିଙ୍କୁ ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ୍‌ ନେବାକୁ ପଡ଼ିବ। ଏହାର ଅର୍ଥ କରୋନା ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଘରୋଇ ଟିକାକରଣ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କୁ ୮ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

The post ଟିକାକରଣ ପାଇଁ ଏହି ବର୍ଗର ଲୋକଙ୍କୁ ଦରକାର ଡାକ୍ତରୀ ସାର୍ଟିଫିକେଟ୍‌ appeared first on Odisha Reporter.



from Odisha Reporter https://ift.tt/3kpA27S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages