ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିଏସ୍ଟି, ବର୍ଦ୍ଧିତ ତୈଳ ଦର ଏବଂ E-WAY ବିଲ୍ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଟକ ନଗର ବ୍ୟବସାୟୀ ମହାସଂଘ । କେବଳ କଟକ ନୁହେଁ, ଦେଶର ପ୍ରାୟ ୪୦ ହଜାର ଟ୍ରେଡ୍ ଆସୋସିଏସନ୍ ବି ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ଫଳରେ ଆଜି ପ୍ରାୟ ୨୦ ଲକ୍ଷ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବାର ସମ୍ଭାବନା ରହିଛି । ଆଜି ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।
ଜିଏସ୍ଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଅତିଷ୍ଠ ହୋଇସାରିଲେଣି । ତାଛଡ଼ା ଜିଏସ୍ଟି ଆଇନ ଯୋଗୁଁ ବ୍ୟବସାୟ କରିବା ମୁସ୍କିଲ ହୋଇପଡ଼ିଲାଣି ବୋଲି ମହାସଂଘ କହିଛି । କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ବନ୍ଦ ଡାକରାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବା ଯେପରି ବନ୍ଦ ନ ହୁଏ ତଥା ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକଙ୍କ କାମରେ ଯେପରି ବ୍ୟାଘାତ ସୃଷ୍ଟି ନ ହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଛକ ଜାଗାମାନଙ୍କରେ ଫୋର୍ସ ମୁତୟନ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି।
The post ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ appeared first on Odisha Reporter.
from Odisha Reporter https://ift.tt/2MpP2WL
No comments:
Post a Comment