ଏହି ସବୁ ଦେଶରେ ପେଟ୍ରୋଲ ଲିଟର୍‌ ୨ରୁ ୪ ଟଙ୍କା, ପଢ଼ନ୍ତୁ ପୂରା ତାଲିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ଏହି ସବୁ ଦେଶରେ ପେଟ୍ରୋଲ ଲିଟର୍‌ ୨ରୁ ୪ ଟଙ୍କା, ପଢ଼ନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ଭାରତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ କିଛି ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ମଧ୍ୟ ପାର କରିଗଲାଣି। ଦିଲ୍ଲୀର ତ ପେଟ୍ରୋଲର ଲିଟର ପିଛା ଦର ସର୍ବକାଳୀନ ରେକର୍ଡ କରିଛି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱରେ ଏମିତି କିଛି ରାଷ୍ଟ୍ର ରହିଛି, ଯେଉଁଠାରେ ପେଟ୍ରୋଲ ଲିଟର ପିଛା ୨ରୁ ୧୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି।

ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଫେବୃଆରୀ ୯ରୁ କ୍ରମାଗତ ଭାବେ ବୃଦ୍ଧି ପାଉଛି। ୧୨ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୩.୬୩ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୩.୮୪ ଟଙ୍କା ମହଙ୍ଗା ହେଲାଣି। ୨୦୨୧ କଥା ବିଚାରକୁ ନେଲେ ତୈଳଦର ପ୍ରାୟ ୨୫ ଥର ବଢ଼ିଲାଣି। ଚଳିତ ବର୍ଷ ପେଟ୍ରୋଲ ୭.୨୨ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୭.୪୫ ଟଙ୍କା ମହଙ୍ଗା ହୋଇଛି।

ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ ପେଟ୍ରୋଲର ଲିଟର ପିଛା ଦର କେତେ ଅଛି

୧-ଭେନଜୁଏଲାରେ ପେଟ୍ରୋଲର ଲିଟର ପିଛା ଦର ୧.୪୫ ଟଙ୍କାରେ ବିକ୍ରି ହେଉଛି। ଫେବୃଆରୀ ୨୨ରେ ସମଗ୍ର ଭେନଜୁଏଲାରେ ପେଟ୍ରୋଲର ଲିଟର ପିଛା ଦର ଭାରତୀୟ ମୁଦ୍ରାରେ ୧.୪୫ ଟଙ୍କା ରହିଥିଲା ବୋଲି ଅନ୍ତର୍ଜାତୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

୨-ଭେନଜୁଏଲା ପରେ ଇରାନ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଯେଉଁଠାରେ ପେଟ୍ରୋଲ ସବୁଠାରୁ ଶସ୍ତାରେ ଉପଲବ୍ଧ ହୋଇଥାଏ। ବର୍ତ୍ତମାନ ସେଠାରେ ପେଟ୍ରୋଲର ଲିଟର ପିଛା ଦର ମାତ୍ର ୪.୩୯ ଟଙ୍କା ରହିଛି।

୩-ଅଙ୍ଗୋଲାରେ ପେଟ୍ରୋଲ ଲିଟର ୧.୮୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି।

୪-ଆଲଜେରିଆରେ ପେଟ୍ରୋଲର ଲିଟର ପିଛା ଦର ୨୫.୦୩ ଟଙ୍କା ରହିଛି।

୫-କ୍ୟୁଏତରେ ପେଟ୍ରୋଲର ଲିଟର ପିଛା ଦର ୨୫.୩୩ ଟଙ୍କା, ସୁଦାନରେ ୨୭.୪୦୭ ଟଙ୍କା ଓ କତାର୍‌ରେ ପେଟ୍ରୋଲ ଲିଟର ୨୯.୮୨୫ ଟଙ୍କାରେ ବିକ୍ରି କରାଯାଉଛି।

ଭାରତରେ ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟିକସ ଲାଗୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ଟିକସ ଲଗାଉଥିବାରୁ ଗ୍ରାହକଙ୍କ ପାଖରେ ପହଞ୍ଚିଲା ବେଳକୁ ଏହା ଅତ୍ୟନ୍ତ ମହଙ୍ଗା ହୋଇଯାଉଛି।

The post ଏହି ସବୁ ଦେଶରେ ପେଟ୍ରୋଲ ଲିଟର୍‌ ୨ରୁ ୪ ଟଙ୍କା, ପଢ଼ନ୍ତୁ ପୂରା ତାଲିକା appeared first on Odisha Reporter.



from Odisha Reporter https://ift.tt/3kjI7eq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages