୧୯ ଫେବୃଆରୀ, ଶୁକ୍ରବାର: ଭବିଷ୍ୟତ ଯୋଜନାରେ ନିବେଶ କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

୧୯ ଫେବୃଆରୀ, ଶୁକ୍ରବାର: ଭବିଷ୍ୟତ ଯୋଜନାରେ ନିବେଶ କରିବେ

ମେଷ: ସେବା ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଶଂସିତ ହେବା ସହ ସାମାଜିକ ପତିଆରା ବଜାୟ ରଖିବେ। ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ, ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ।

ବୃଷ : ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ବ୍ୟବସାୟରେ ମନ ମୁତାବକ ଲାଭ ପାଇ ଭବିଷ୍ୟତ ଯୋଜନାରେ ନିବେଶ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବା ଫଳରେ ସରକାରୀ କାମରେ ସଫଳତା ପାଇବେ।

ମିଥୁନ: ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ସଭାସିମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ। ଆୟକୁ ଚାହିଁ ବ୍ୟୟର ଅଟକଳ ନକଲେ ଲୋକ ହସା ହୋଇପାରନ୍ତି।

କର୍କଟ:ଶତ୍ରୁମାନେ ଦୂରେଇ ଯିବା ଫଳରେ କର୍ମ କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ ଆୟ ବୃଦ୍ଧି ହେବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ନିଜର କାର୍ଯ୍ୟ  ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ।

ସିଂହ: କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ପ୍ରସାର, ନୂତନ ବ୍ୟବସାୟ ଆରମ୍ଭ ଓ ବକେୟା ଅର୍ଥ ଲାଭର ସୁଯୋଗ ପାଇବେ। ସ୍ଥଗିତ ଥିବା କର୍ମ ପୂରଣ କରିବାକୁ ଚେଷ୍ଟା କରିବେ।

କନ୍ୟା: ସମସ୍ତ ଚିନ୍ତାରୁ ମୁକ୍ତି ମିଳିବା ସହ ପାରିବାରିକ ଜୀବନ ଆନନ୍ଦମୟ ହେବ। ନିଜର ଇଚ୍ଛା ପୂରଣ ପାଇଁ କୌଣସି କର୍ମ କରି ପ୍ରଶଂସା ପାଇବେ। ବ୍ୟବସାୟରେ ଉତ୍ସାହ, ଉଦ୍ଦୀପନା ବୃଦ୍ଧି ପାଇବା ସହ କର୍ମକ୍ଷେତ୍ରରେ ଗଠନମଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ।

ତୁଳା: ବ୍ୟବସାୟିକ ସଫଳତା ଓ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପରିଜନ ଓ ପାଖ ପଡ଼ୋଶୀ  ପରିବାରରେ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରିବେ।

ବିଛା: ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳପ୍ରଚଳ ହେବା ଉଚିତ।

ଧନୁ: ସାମାଜିକ କାର୍ଯ୍ୟରେ ପ୍ରେରଣା ଓ ଉତ୍ସାହ ପ୍ରାପ୍ତି ହେବ। ଭାଇ ବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇ କାର୍ଯ୍ୟର  ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ଯାତ୍ରା ଫଳରେ ସ୍ୱାସ୍ଥ୍ୟ ପ୍ରଭାବିତ ହେବା ସହ ଦୁର୍ବଳ ଅନୁଭବ କରିବେ।

ମକର:ସନ୍ତାନସନ୍ତତିଙ୍କ ତରଫରୁ ଆଶାବାଦୀ ହେବା ସହ ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ଚିନ୍ତା ଭାବନା ଦୂର ହୋଇ ସ୍ୱାସ୍ଥ୍ୟକର ପରିବେଶ ସାଙ୍ଗକୁ ସମ୍ମାନଜନକ ଘଟଣା ଘଟିବ। ବିଦ୍ୟାକ୍ଷେତ୍ରରେ ଉଚ୍ଚ ଅାଙ୍କାକ୍ଷା ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ।

କୁମ୍ଭ: କର୍ମକ୍ଷେତ୍ରରେ କାଯର୍ୟଭାର ବହନ କରି ଯାତ୍ରା କରିବାକୁ ପଡିପାରେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯାଇ ଅାଶା ମୁତାବକ ଫଳ ପାଇବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସ୍ବତ୍ତେ ଲାଭ ସୁନିଶ୍ଚିତ ହେବ।

ମୀନ: ପ୍ରିୟଜନମାନେ ଅାଗକୁ ବଢିବାରେ ସାହାଯ୍ୟ କରିବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଅାଶାତୀତ ଲାଭ ପାଇବେ। ସାମୟିକ  ଶାରୀରିକ ପୀଡ଼ା ଭୋଗ କରିପାରନ୍ତି।

The post ୧୯ ଫେବୃଆରୀ, ଶୁକ୍ରବାର: ଭବିଷ୍ୟତ ଯୋଜନାରେ ନିବେଶ କରିବେ appeared first on Odisha Reporter.



from Odisha Reporter https://ift.tt/37r8uKf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages