ବିନା ଶ୍ରଦ୍ଧାଳୁରେ ଶେଷ ହେଲା ଚନ୍ଦ୍ରଭାଗା ବୁଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

ବିନା ଶ୍ରଦ୍ଧାଳୁରେ ଶେଷ ହେଲା ଚନ୍ଦ୍ରଭାଗା ବୁଡ଼

କୋଣାର୍କା(ସଞ୍ଜୟ ପତି): କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପବିତ୍ର ମାଘ ସପ୍ତମୀରେ ଶାନ୍ତିଶୃଙ୍ଖଳା ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ଶେଷ ହୋଇଛି  ।  କଟକଣା ମଧ୍ୟରେ ନିର୍ଦ୍ଧାରିତ ସେବାୟତଙ୍କୁ ନେଇ ଠାକୁରଙ୍କ ରୀତିନୀତି କରାଯାଇଛି ।

ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ବୁଡ଼ ପକାଉଛନ୍ତି।

ଗତକାଲି ରାତି ୯ଟା ସମୟରେ ମଧିପୂରର ତ୍ରିବେନିଶ୍ୱର, ସନ୍ତପୁର ଗ୍ରାମର ଐଶାନେଶ୍ୱର , କୁରୁଜଙ୍ଗ ଗ୍ରାମର ମହାପ୍ରଭୁ ଦଖିନେଶ୍ୱରଙ୍କ ବିମାନକୁ ବିଜେ କରି ପାରମ୍ପାରିକ ଶୋଭାଯାତ୍ରାରେ କୋଣାର୍କ ଏନଏସି କାର୍ଯ୍ୟାଳୟ ନିକଟକୁ ନିଆଯାଇଥିଲା। ଏହାପରେ ଭୋର ସାଢେ ୪ଟା ସମୟରେ ମହାପ୍ରଭୁଙ୍କ ମହାସ୍ନାମ ପରେ ସାଧୁସନ୍ଥ ଓ ମହାପ୍ରଭୁଙ୍କ ସେବାୟତ ବୁଡ ପକାଇଥିଲେ । ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହେବାପରେ ଠାକୁର ବାହୁଡାଯାତ୍ରା କରିଥିଲେ ।

ସେବାୟନମାନେ ପ୍ରଭୁଙ୍କ ବିଗ୍ରହ ସହ ବୁଡ଼ ପକାଉଛନ୍ତି।

କୋଭିଡ ପାଇଁ କେନ୍ଦ୍ର ସରକାରଙ୍କ ଫେବୃଆରୀ ମାସ ଏସଓପି ଅନୁଯାୟୀ ପ୍ରଶାସନ ପକ୍ଷରୁ ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଥିଲା। ତେଣୁ ଠାକୁରଙ୍କ ନୀତିକାନ୍ତି ସହ ମାତ୍ର ୫୦୦  ସେବକ ଓ ସାଧୁସନ୍ଥଙ୍କୁ ବୁଡ ପାଇଁ ଅନୁମତି ଦିଆଯାଇଥିଲା ।

ଚନ୍ଦ୍ରଭାଗା ବୁଡ଼ ପକାଇବା ପରେ ସେବାୟତମାନେ ମଙ୍ଗଳ ଆଳତୀ କରୁଛନ୍ତି।

ସରକାରଙ୍କ ନିୟମକୁ ଆମେ ପାଳନ କଲୁ, ମାତ୍ର ମନରେ ଦୁଃଖ ରହିଗଲା। ଯେଉଁଠି ପୁରୀ, କୋଣାର୍କ ମନ୍ଦିରକୁ ଏବେ ହଜାର ହଜାର ଶ୍ରଦ୍ଧାଳୁ ପ୍ରବେଶ କରୁଛନ୍ତି, ଏଠାରେ କିନ୍ତୁ କଟକଣା ଯୋଗୁ ବହୁ ଶ୍ରଦ୍ଧାଳୁ ବୁଡ଼ ପକାଇବାରୁ ବଞ୍ଚିତ ହେଲେ।

The post ବିନା ଶ୍ରଦ୍ଧାଳୁରେ ଶେଷ ହେଲା ଚନ୍ଦ୍ରଭାଗା ବୁଡ଼ appeared first on Odisha Reporter.



from Odisha Reporter https://ift.tt/3s4AV8w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages