ମଙ୍ଗଳରେ ପାଦ ଥାପିଲା ‘ପର୍ସିଭିରନ୍ସ’ ରୋଭର, ଜୀବସତ୍ତାର କରିବ ସନ୍ଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

ମଙ୍ଗଳରେ ପାଦ ଥାପିଲା ‘ପର୍ସିଭିରନ୍ସ’ ରୋଭର, ଜୀବସତ୍ତାର କରିବ ସନ୍ଧାନ

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ମଙ୍ଗଳ ଗ୍ରହରେ ସଫଳତାର ସହ ପାଦ ଥାପିଛି ନାସାର ଯାନ ପର୍ସିଭିରନ୍ସ ରୋଭର । ଆମେରିକା ମହାକାଶ ଗବେଷଣ ସଂସ୍ଥା ନାସାର ଏହି ରୋଭର ସଫଳତାର ସହ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିଛି । ଉଡାଣ ଭରିବାର ୭ ମାସ ପରେ ମଙ୍ଗଳ ଗ୍ରହରେ ଓହ୍ଲାଇଛି ନାସାର ଏହି ରୋଭର ।

ଭାରତୀୟ ସମୟ ଅନୁସାରେ, ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ରୋଭର ଲ୍ୟାଣ୍ଡ କରିବା ମାତ୍ରେ କାଲିଫର୍ଣ୍ଣିଆସ୍ଥିତ ଜେଟ୍ ପ୍ରପଲସନ୍ ଲାବୋରେଟୋରୀରେ ଖୁସିର ବାତାବରଣ ଖେଳିଯାଇଥିଲା ।

୬ ଚକିଆ ଏହି ରୋଭର ଯାନ ମଙ୍ଗଳ ଗ୍ରହରେ ଜୀବନର ସତ୍ତା ସନ୍ଧାନ କରିବ । ମଙ୍ଗଳ ଗ୍ରହରେ ଯେ ଯଦି କେବେ ବି ଜୀବନ ରହିଥିବ ତେବେ ଏହା ୩ରୁ ୪ ନିୟୁତ ବର୍ଷ ପୂର୍ବେ ରହିଥିବ ବୋଲି ନାସାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ସେହି ସମୟରେ ମଙ୍ଗଳ ଗ୍ରହରେ ଜଳ ରହିଥିବା ଅନୁମାନ କରିଛନ୍ତି ବୈଜ୍ଞାନିକ । ଏହି ମିଶନ ଦ୍ୱାରା ବୈଜ୍ଞାନିକ ଗବେଷଣା ସହ ଦର୍ଶନ ଏବଂ ମହାକାଶ ଗବେଷଣା ନେଇ ଅଧିକ ତଥ୍ୟ ମିଳିପାରିବ ।

୧୯୭୦ ପରେ ନାସାର ଏହା ନବମ ମଙ୍ଗଳ ଅଭିଯାନ ।  ନାସା ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଗ୍ରହକୁ ପଠାଯାଇଥିବା ସବୁଠାରୁ ବୃହତ ରୋଭର ହେଉଛି ‘ପର୍ସିଭିରନ୍ସ’ ।  ନାସା ବୈଜ୍ଞାନିକଙ୍କ ସୂଚନା ଅନୁସାରେ ପର୍ସିଭିରନ୍ସ ରୋଭରକୁ ମଙ୍ଗଳ ପୃଷ୍ଠରେ ଲ୍ୟାଣ୍ଡ କରିବାର ଶେଷ ୭ ମିନିଟ ଥିଲା  ସବୁଠାରୁ କଠିନ । ପର୍ସିଭିରନ୍ସ ରୋଭର ଟେରେନ୍ ରିଲେଟିଭ୍ ନାଭିଗେସନ୍ ଜରିଆରେ ମଂଗଳ ଗ୍ରହରେ ଅବତରଣ କରିଥିଲା ।

ନାସାର ମଙ୍ଗଳ ମିଶନ୍‌ରେ ରହିଛି ଭାରତୀୟ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା । ନାସାରେ କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଡାକ୍ତର ସ୍ୱାତୀ ମୋହନଙ୍କ ଏହି ମିଶନ୍‌ରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି  । ରୋଭର୍ ଲ୍ୟାଣ୍ଡିଂ ଓ ମଙ୍ଗଳ ପୃଷ୍ଠରେ ଅବତରଣ ପ୍ରକ୍ରିୟା ଦାୟିତ୍ୱ ସ୍ୱାତୀଙ୍କ ପାଖରେ ଥିଲା ।  ପର୍ସିଭିରନ୍ସ ରୋଭରର ନିର୍ମାଣ, ବିକାଶ ଓ ଏହାକୁ ମଙ୍ଗଳ କକ୍ଷରେ ପହଞ୍ଚାଇବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ବି  ନିକଟରୁ ଅନୁଧ୍ୟାନ କରିଛନ୍ତି ସ୍ୱାତୀ ।

ଡାକ୍ତର ସ୍ୱାତୀ ମୋହନଙ୍କ ଜନ୍ମ ଭାରତରେ ହୋଇଥିଲେ ବି ସେ ବର୍ଷକ ପରେ ପରିବାର ସହ ଆମେରିକା ଚାଲି ଯାଇଥିଲେ। ଛୋଟ ବେଳୁ ବୈଜ୍ଞାନିକ ହେବା ସ୍ୱପ୍ନ ଦେଖିଥିବା ସ୍ୱାତୀ ଏବେ ବିଶ୍ୱର ସବୁଠୁ ବଡ଼ ମହାକାଶ ଅଭିଯାନର ଅଙ୍ଗ ହୋଇପାରିଛନ୍ତି ।

The post ମଙ୍ଗଳରେ ପାଦ ଥାପିଲା ‘ପର୍ସିଭିରନ୍ସ’ ରୋଭର, ଜୀବସତ୍ତାର କରିବ ସନ୍ଧାନ appeared first on Odisha Reporter.



from Odisha Reporter https://ift.tt/3s4zk2A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages