ଲଣ୍ଡନ: ବିଶ୍ୱର ସର୍ବବୃହତ୍ତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପିଙ୍କ ବଲ୍ ଟେଷ୍ଟ ଦୁଇ ଦିନରେ ଶେଷ ହୋଇଯିବାରୁ ଇଂଲିଶ ଟିମ୍ର ପୂର୍ବତନ କ୍ରିକେଟର ମାଇକେଲ ଭନ୍ ପିଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ୍କୁ ଭୟଙ୍କର କହିବା ସହ ଆଇସିସିକୁ ଦାନ୍ତ ନଥିବା ଗୋଟିଏ ସଂସ୍ଥା ବୋଲି ଅଭିହିତ କରିଛନ୍ତି। ସେହପରି ଆଇସିସି ଭାରତ ଭଳି ଶକ୍ତିଶାଳୀ ରାଷ୍ଟ୍ର କଥାରେ ପରିଚାଳିତ ହେଉଛି ଓ ସେମାନେ ନିଜ ଇଚ୍ଛାରେ ଯାହା ଚାହୁଁଛନ୍ତି, ସେଇଆ କରୁଛନ୍ତି ବୋଲି ଭନ୍ ମତ ଦେଇଛନ୍ତି।
ଅହମଦାବାଦର ମୋଦି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପିଙ୍କ ବଲ୍ ଟେଷ୍ଟ ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍ଟିକୁ ଭାରତ ଦୁଇ ଦିନ ମଧ୍ୟରେ ଶେଷ କରି ୧୦ ୱିକେଟ୍ରେ ଜିତି ନେଇଛି। ଏହାପରେ ପିଚ୍ର ଗୁଣବତ୍ତାକୁ ନେଇ ପୂର୍ବତନ ଇଂଲିଶ କ୍ରିକେଟରମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି।
ଏହିକ୍ରମରେ ଭନ୍ କହିଛନ୍ତି, ଭାରତ ଭଳି ଶକ୍ତିଶାଳୀ ରାଷ୍ଟ୍ରକୁ ଆଇସିସି ନିଜ ଇଚ୍ଛା ଅନୁସାରେ ସବୁ କିଛି କରିବାକୁ ଅନୁମତି ଦେଉଛି। ଯେଉଁ ପର୍ଯ୍ୟନ୍ତ ଏମିତି ଚାଲିଥିବ ସେ ପର୍ଯ୍ୟନ୍ତ ଆଇସିସି ଦନ୍ତହୀନ ହୋଇ ରହିଥିବ। ଭାରତ ଯାହା ମ୍ୟାଚ୍ର ରେଜଲ୍ଟ କରିବାକୁ ଚାହୁଁଛନ୍ତି, ଆଇସିସି ଏଥିପାଇଁ ଅନୁମତି ଦେଇ ଦେଉଛି। କିନ୍ତୁ ଏହାଦ୍ୱାରା ଟେଷ୍ଟ କ୍ରିକେଟ ଆଘାତ ପ୍ରାପ୍ତ ହେଉଛି।
ମ୍ୟାଚ୍ ଦୁଇ ଦିନ ମଧ୍ୟରେ ଶେଷ ହେବା ଆଦୌ ଭଲ କଥା ନୁହେଁ। ସମ୍ଭବତଃ ମ୍ୟାଚ୍ ପ୍ରସାରଣ କରୁଥିବା ଚ୍ୟାନେଲଗୁଡ଼ିକ ବଳକା ଦିନର ଟଙ୍କା ମାଗିଲେ କିଛିଟା ପରିବର୍ତ୍ତନ ହୋଇପାରିବ। ଖେଳାଳି ଭଲ ନଥିଲେ ମ୍ୟାଚ୍ ଶୀଘ୍ର ଶେଷ ହୋଇଯିବା ଘଟଣାକୁ ସେମାନେ ଗ୍ରହଣ କରିନେବେ। କିନ୍ତୁ ଘରୋଇ ବୋର୍ଡ ଯେତେବେଳେ ଜାଣିଶୁଣି ଖରାପ ପିଚ୍ କରି ମ୍ୟାଚ୍କୁ ଶୀଘ୍ର ଶେଷ କରିବାକୁ ଚାହିଁବ ସେତେବେଳେ ସେମାନେ ଏହାକୁ ଗ୍ରହଣ କରିବେ ନାହିଁ।
ମ୍ୟାଚ୍ ବ୍ରଡକାଷ୍ଟରମାନେ ୩ ଦିନର ମ୍ୟାଚ୍ ପ୍ରସାରଣ କଲେନାହିଁ। ତଥାପି ସେମାନଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡ଼ୁଛି। ସେମାନେ ଏଥିରେ କେବେ ଖୁସି ହୋଇପାରିବେ ନାହିଁ ଓ ଟେଷ୍ଟ କ୍ରିକେଟ ପାଇଁ ଭଲ ଟଙ୍କା ଦେଇ ପ୍ରସାରଣ ଅଧିକାର ପାଇବା ପୂର୍ବରୁ ଏଣିକି ଦୁଇଥର ଚିନ୍ତା କରିବେ। ଭାରତ ତୃତୀୟ ଟେଷ୍ଟ ଜିତିଲା। କିନ୍ତୁ ଏହା ଏକ ବିଜୟ ନୁହେଁ। ସେହି ମ୍ୟାଚ୍ରେ କେହି ବି ବିଜୟ ହୋଇନାହାନ୍ତି ବୋଲି ମାଇକେଲ ଭନ୍ କହିଛନ୍ତି।
ଇଂଲଣ୍ଡ ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛି ବୋଲି କଥାକୁ ସ୍ୱୀକାର କରି ସେ କହିଛନ୍ତି, ହଁ ଘରୋଇ ପରିବେଶ ଓ ସ୍ପିନ୍ ଟ୍ରାକ୍ରେ ଇଂଲଣ୍ଡ ତୁଳନାରେ ଭାରତ ଭଲ ଖେଳ ଦେଖାଇଛି। ଏହାକୁ ଆମେ ସ୍ୱୀକାର କରିବାକୁ ପଡ଼ିବ। ହେଲେ ଯେଉଁଭଳି ଢଙ୍ଗରେ ମ୍ୟାଚ୍ ଶେଷ ହେଲା, ତା’କୁ ଆମକୁ ଦେଖିବାକୁ ପଡ଼ିବ। ପୂର୍ବତନ ଖେଳାଳିଙ୍କ ଦାୟିତ୍ୱ ଭାବେ ଆମକୁ ଏହି ପ୍ରସଙ୍ଗ ଉଠାଇବାକୁ ହେବ। ଦୁଇଟି ଯାକ ମ୍ୟାଚ୍ରେ ପ୍ରସ୍ତୁତ ହୋଇଥିବା ପିଚ୍ ଖେଳାଳିଙ୍କ ଦକ୍ଷତାକୁ ନିମ୍ନ କରି ଦେଇଛି ବୋଲି ସେ କହିଛନ୍ତି।
The post ମୋଦି ଷ୍ଟାଡିୟମର ପିଚ୍କୁ ନେଇ ଆଇସିସି ଓ ଭାରତକୁ ମାଇକେଲ ଭନ୍ଙ୍କ ଟାର୍ଗେଟ appeared first on Odisha Reporter.
from Odisha Reporter https://ift.tt/2O8zDKR
No comments:
Post a Comment