ଜନ୍ମ ଦିନରେ ଉର୍ବଶୀ କାହିଁକି କାଟିଲେ ୧୦ କିଲୋ ପିଆଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

ଜନ୍ମ ଦିନରେ ଉର୍ବଶୀ କାହିଁକି କାଟିଲେ ୧୦ କିଲୋ ପିଆଜ

ମୁମ୍ବାଇ: ଜନ୍ମଦିନକୁ ସମସ୍ତେ ସ୍ପେଶାଲ କରିବା ପାଇଁ ଚାହାନ୍ତି। ଏଥିଲାଗି କିଏ ବାହାରକୁ ବୁଲିବାକୁ ଯା’ନ୍ତି ତ ଆଉ କିଏ ସାଙ୍ଗସାଥିଙ୍କ ସହ ମିଶି ପାର୍ଟି କରନ୍ତି ଏବଂ କେକ ମଧ୍ୟ କାଟନ୍ତି। ଅଭିନେତା ଅଭିନେତ୍ରୀମାନେ ମଧ୍ୟ ନିଜ ଜନ୍ମ ଦିନକୁ ଖାସ ଦିନ କରିବା ପାଇଁ ବିଶେଷ ପ୍ଲାନିଂ କରିଥାନ୍ତି। କିନ୍ତୁ ନିକଟରେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନିଜ ଜନ୍ମଦିନ ଅବସରରେ କେକ୍ ବଦଳରେ କାଟିବାକୁ ପଡିଛି ୧୦ କିଲୋ ପିଆଜ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପିଆଜ କାଟୁଥିବାର ଭିଡିଓକୁ ଉର୍ବଶୀ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି। ଏହି ଭିଡିଓରେ ସେ ଜଣେ  ହୋଟେଲର ସେଫ୍ ଙ୍କ ସହ ମିଶି ପିଆଜ କାଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେଆର କରି ଉର୍ବଶୀ ଲେଖିଛନ୍ତି, “ମୋ ଜନ୍ମ ଦିନ ଅବସରରେ ମୋତେ ୧୦ କିଲୋ ପିଆଜ କଟାଇଥିବାରୁ ଧନ୍ୟବାଦ।”  ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଏହାକୁ ତାଙ୍କ ପ୍ରଶଂସକଙ୍କ ମାନେ ଖୁବ ପସନ୍ଦ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସର୍ବଦା ନିଜ ସୁନ୍ଦରତା ଏବଂ ଗ୍ଲାମରସ ଲୁକକୁ ନେଇ ଚର୍ଚ୍ଚାରେ ରୁହନ୍ତି ଉର୍ବଶୀ। ସେ ଖୁବ କମ ବୟସରୁ ହିଁ ମଡେଲିଂ ଦୁନିଆରେ ପାଦ ରଖିଥିଲେ। କେବଳ ସେତିକି ନୁହେଁ ୨୦୧୫ରେ ମିସ୍ ୟୁନିର୍ଭସ ପ୍ରତିଯୋଗୀତାରେ ସେ ଭାଗ ମଧ୍ୟ ନେଇଥିଲେ। ସେ ଏହି ପ୍ରତିଯୋଗିତା ଜିତିଥିଲେ କିନ୍ତୁ ବୟସ କମ ଥିବାରୁ ତାଙ୍କୁ ତାଙ୍କ ମିସ ୟୁନିର୍ଭସ ମୁକୁଟ ଫେରାଇବାକୁ ପଡିଥିଲା।

ଏହାପରେ ସେ ‘ସିଙ୍ଗ ସାହବ ଦି ଗ୍ରେଟ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ସନମ ରେ, ଗ୍ରେଟ ଗ୍ରାଣ୍ଡ ମସ୍ତି, ହେଟ ଷ୍ଟୋରୀ-୪, ପାଗଲପନ୍ତି ଆଦି ଫିଲ୍ମରେ କାମ କରିସାରିଛନ୍ତି। ବର୍ତ୍ତମାନ ସେ ‘ବ୍ଲାକ ରୋଜ’ ଫିଲ୍ମ ଜରିଆରେ ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି।

The post ଜନ୍ମ ଦିନରେ ଉର୍ବଶୀ କାହିଁକି କାଟିଲେ ୧୦ କିଲୋ ପିଆଜ appeared first on Odisha Reporter.



from Odisha Reporter https://ift.tt/3bNvBji

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages