ମୁମ୍ବାଇ: ବଲିଉଡର ଡ୍ୟାନ୍ସିଂ କୁଇନ ନୋରା ଫତେହି। ତାଙ୍କ ଡ୍ୟାନ୍ସ ଜଲୱା ଦେଖି ଯେ କେହିବି ଆକର୍ଷିତ ହୋଇଯା’ନ୍ତି। ସେ ବି-ଟାଉନର ସବୁଠାରୁ ଲୋକପ୍ରିୟତା ଡ୍ୟାନ୍ସରଙ୍କ ମଧ୍ୟରୁ ଜଣେ। ନୋରା ଏବେ ସବୁ ବଲିଉଡ ଷ୍ଟାରଙ୍କ ପ୍ରଥମ ପସନ୍ଦ। ସେ ସର୍ବଦା ବିନ୍ଦାସ ରୁହନ୍ତି। କ୍ୟାମେରା ସାମ୍ନାରେ ହେଉ ଅବା ଅଫ୍ କ୍ୟାମରା, ସେ ସବୁବେଳେ ହସଖୁସି ମିଜାଜରେ ରହୁନ୍ତି। କିନ୍ତୁ ନିକଟରେ ହଠାତ ସେ କ୍ୟାମେରା ସାମ୍ନାରେ ଭୋ ଭୋ ହୋଇ କାନ୍ଦିଛନ୍ତି।
ନିକଟରେ ଏକ ସାକ୍ଷାତକାର ସମୟରେ ସେ ବଲିଉଡରେ ତାଙ୍କର ଷ୍ଟ୍ରଗଲିଂ ବେଳେର କହାଣୀ ବଖାଣିଛନ୍ତି। କିଭଳି ତାଙ୍କୁ ପ୍ରଥମେ ପ୍ରଥମେ ବି-ଟାଉନରେ ସଂଘର୍ଷ କରିବାକୁ ପଡିଥିଲା ଏବଂ କେତେ କଷ୍ଟ ସହିବାକୁ ପଡିଛି, ସେ ସବୁର ସେ ଖୁଲାସା କରିଛନ୍ତି। ଏହି ସମୟରେ ସେ ତାଙ୍କ କଷ୍ଟକୁ ମନେ ପକାଉ ଦୁଃଖି ହେବା ସହ କାନ୍ଦି ପକାଇଛନ୍ତି।
ସେ କହିଛନ୍ତି, ବଲିଉଡରେ କାମ କରିବାକୁ ନେଇ ଯେତେବଳେ ସେ ଭାରତ ଆସିଥିଲେ, ସେତେବେଳେ ବି-ଟାଉନକୁ ନେଇ ତାଙ୍କ ମନରେ ଏକ ସ୍ୱତନ୍ତ୍ର ଛବି ଥିଲା। କିନ୍ତୁ ଏଠାକୁ ଆସିବା ପରେ ଏହି ଛବି ବଦଳିଯାଇଥିଲା ଏବଂ ତାଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଅଡିସନକୁ ଡାକି ତାଙ୍କୁ ସମସ୍ତଙ୍କ ଆଗରେ ବେଇଜତ କରାଯାଉଥିଲା। ଏପରିକି ତାଙ୍କ ପାସପୋର୍ଟକୁ ମଧ୍ୟ କିଛି ଯୁବତୀମାନେ ଚୋରାଇ ନେଇଯାଇଥିବା ସେ କହିଛନ୍ତି। ଜଣେ କାଷ୍ଟିଂ ଡାଇରେକ୍ଟର ତାଙ୍କୁ ଅଡିସନ ପାଇଁ ଡାକିଥିଲେ। ଏବଂ ସମସ୍ତ ଆଗରେ ହିନ୍ଦୀ ପଢ଼ିବାକୁ କହିଥିଲେ। କିନ୍ତୁ ସ ହିନ୍ଦୀ ପଢ଼ି ନ ପାରିବାରୁ ତାଙ୍କର ମଜାକ ଉଡାଇଥିଲେ। ଏସବୁ ଅତୀତର କଥା ମନେପକାଇ ନୋରା ଭୋ ଭୋ ହୋଇ କାନ୍ଦିଥିଲେ। କିନ୍ତୁ ଏତେ ସବୁ ସତ୍ତ୍ୱେ ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ଏବେ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ନୋରା କାନାଡାର ଏକ ଶପିଂ ମଲରେ ଲଟେରୀ ଟିକେଟ ବିକ୍ରି କରୁଥିଲେ। ପରେ ତାଙ୍କୁ ବଲିଉଡର ଏକ ଆଇଟମ ଗୀତରେ ଦେଖିବାକୁ ମିଳିଥିଲା। ଏହି ଗୀତ ଏତେ ପପୁଲାର ହୋଇଥିଲା ଯେ, ଲୋକେ ତାଙ୍କ ଡ୍ୟାନ୍ସକୁ ଦେଖି ମତୁଆଲା ହୋଇଯାଇଥିଲେ। ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି। ନିକଟରେ ତାଙ୍କର ଏକ ମ୍ୟୁଜିକ ଭିଡିଓ ଆଲବମ ‘ଛୋଡ ଦେଙ୍ଗେ’ ରିଲିଜ ହୋଇଛି। ଏହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଏହାପୂର୍ବରୁ ତାଙ୍କର ‘ନାଚ ମେରି ରନୀ’ ମ୍ୟୁଜିକ ଭିଡିଓ ଆଲବମ ରିଲିଜ ହୋଇଥିଲା, ଯାହା ୟୁଟ୍ୟୁବରେ ଧମାଲ କରିଥିଲା।
View this post on Instagram
The post କାନ୍ଦି ପକାଇଲେ ନୋରା appeared first on Odisha Reporter.
from Odisha Reporter https://ift.tt/3bEQr4q
No comments:
Post a Comment