ଇସଲାମାବାଦ: ଟି-୨୦ ସ୍ପେଶାଲିଷ୍ଟ ମହମ୍ମଦ ହାଫିଜ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ମିଳିଥିବା କେନ୍ଦ୍ରୀୟ ଚୁକ୍ତି ପ୍ରସ୍ତାବକୁ ମନା କରିଦେଇଛନ୍ତି। ପିସିବି କହିଛି ଯେ ୨୦୨୦-୨୦୨୧ ବର୍ଷ ପାଇଁ ହୋଇଥିବା ଚୁକ୍ତିର ସି କ୍ୟାଟାଗୋରୀରେ ହାଫିଜଙ୍କୁ ସାମିଲ କରିବା ପାଇଁ ପିସିବି ପ୍ରସ୍ତାବ ଦେଇଥିଲା। ହେଲେ ଅଲରାଉଣ୍ଡର ହାଫିଜ ଏହାକୁ ବେଶ ବିନମ୍ର ଭାବେ ମନା କରିଦେଇଛନ୍ତି।
ପିସିବିର କାର୍ଯ୍ୟନିର୍ବାହୀ ମୁଖ୍ୟ ୱାସିମ ଖାନ୍ କହିଛନ୍ତି, “ହାଫିଜଙ୍କ ନିଷ୍ପତ୍ତି ମୋତେ ବ୍ୟଥିତ କରିଛି। ହେଲେ ମୁଁ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି। ଏହି ସିଜିନ୍ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ମଧ୍ୟରେ ହାଫିଜ ଅନ୍ୟତମ। ଆମର ଆଶା ସେ ନିଜର ଫର୍ମ ଓ ମୋମେଟମ୍ ଆଗକୁ ମଧ୍ୟ ଦେଖାଇବେ।”
ଗତବର୍ଷ ହାଫିଜ୍ ଟି-୨୦ରେ ବିଶ୍ୱରେ ସର୍ବାଧିକ ରନ୍ ସ୍କୋର କରିବାର ଖେଳାଳି ହୋଇଥିଲେ। କିନ୍ତୁ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ରେ ତାଙ୍କୁ ପାକିସ୍ତାନ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳି ନଥିଲା। ସେ ଠିକଣା ସମୟରେ ଟିମ୍ର ବାଓ ବବଲ୍ସରେ ପ୍ରବେଶ ନ କରିବାକୁ ତାଙ୍କୁ ସ୍କ୍ୱାଡରେ ସାମିଲ କରାଯାଇ ନଥିଲା।
ଅନ୍ୟପକ୍ଷରେ ଭଲ ପ୍ରଦର୍ଶନ କରିଥିବା ମହମ୍ମଦ ରିଜୱାନ ଓ ଫୱଦ ଆଲାମଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ପ୍ରମୋସନ ମିଳିଛି। ରିଜୱାନ ଏବେ ବାବର ଆଜମ, ଆଝାର ଅଲୀ ଓ ଶାହିନ ଆଫ୍ରିଦଙ୍କ ସହ କେନ୍ଦ୍ରୀୟ ଚୁକ୍ତିର ଏ’ କ୍ୟାଟାଗୋରୀରେ ସାମିଲ ହୋଇଯାଇଛନ୍ତି। ସେହିପରି ଆଲମ ସି’ କ୍ୟାଟାଗୋରୀରେ ସ୍ଥାନ ପାଇଛନ୍ତି। ପୂର୍ବରୁ ସେ ପିସିବିର ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଖେଳାଳିଙ୍କ ଚୁକ୍ତି ତାଲିକାରେ ରହିଥିଲେ। ହେଲେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିବା ପରେ ତାଙ୍କର ପ୍ରମୋସନ ହୋଇଛି।
The post ପିସିବିର କେନ୍ଦ୍ରୀୟ ଚୁକ୍ତିକୁ ହାଫିଜଙ୍କ ନା appeared first on Odisha Reporter.
from Odisha Reporter https://ift.tt/3uygAe2
No comments:
Post a Comment