ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ବଲିଉଡ ପରେ ଏବେ ହଲିଉଡରେ ତାଙ୍କ ଦବଦବା ଜାରି ରହିଛି। ସେ ନିଜ ଫ୍ୟାଶନ ଏବଂ ଗ୍ଲାମରସ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ସେ ଆୱର୍ଡ ଫଙ୍କସନ ହେଉ ଅବା କୌଣସି ମ୍ୟୁଜିକ ଲଞ୍ଚ ପ୍ରୋଗ୍ରାମ। ସବୁ ବେଳେ ସେ ଅନ୍ୟ ଠାରୁ ଭିନ୍ନ ଦେଖାଯିବା ପାଇଁ ଚେଷ୍ଟା କରନ୍ତି। ଏଥିପାଇଁ ପ୍ରିୟଙ୍କା ଟ୍ରାଡିସନାଲ ଠାରୁ ଆରମ୍ଭ ୱେଷ୍ଟର୍ଣ୍ଣ ଡ୍ରେସ ପିନ୍ଧିଥାନ୍ତି, ଯାହା ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ। ଯହାକୁ ନେଇ ସେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ନିକଟରେ ଏଭଳି ହିଁ କିଛି ଫ୍ୟାଶନ ସେନ୍ସକୁ ନେଇ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅନ୍ୟଙ୍କ ଠାରୁ ଭିନ୍ନ ଦେଖାଯିବା ଚକ୍କରରେ ଅଜବ ଡ୍ରେସ ପିନ୍ଧି ସେ ସୋଶାଲ ମିଡିଆରେ ଟ୍ରୋଲ ହୋଇଛନ୍ତି।
ନିକଟରେ ପ୍ରିୟଙ୍କା ଏକ ଅଜବ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଡ୍ରେସକୁ ଦେଖି ଲୋକେ ନିଜ ହସକୁ ଆଉ ରୋକି ପାରୁନାହାନ୍ତି। କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ପ୍ରିୟଙ୍କାଙ୍କ ଡ୍ରେସକୁ ନେଇ ମିମ୍ସ ମଧ୍ୟ ତିଆରି ହୋଇଛି।
ପ୍ରିୟଙ୍କାଙ୍କ ଡ୍ରେସକୁ କିଏ ବେଲୁନ ସହ ତୁଳନା କରିଛ ତ ଆଉ ବମ୍ ସହ। କିଏ ଗାଡି ହର୍ଣ୍ଣ ସହ ତ ଆଉ ଏକ ବଲ ସହ, କିଏ ଜେଲି ଫିସ୍ ସହ ତ ଆଉ କିଏ ତାଙ୍କୁ ଅଷ୍ଟ୍ରିଚ ପକ୍ଷୀ ସହ ତୁଳନା କରିଛି। ସେହିପରି ଆଉ କିଏ କିଏ ତାଙ୍କୁ ଢ଼ମଣା ସାପ ବେଙ୍ଗ ଗିଳି ଦେବା ପରେ ଯେପରି ତା’ର ଅବସ୍ଥା ହୁଏ ତାହା ସହ ମଧ୍ୟ ତୁଳନା କରିଛି।
ସବୁଠାରୁ ବଡ କଥା ହେଉଛି ଯେ ପ୍ରିୟଙ୍କା ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କୁ ନେଇ ତିଆରି ହୋଇଥିବା ଏସବୁ ମିମ୍ସକୁ ସେଆର କରିଛନ୍ତି। ଏହି ଫଟୋଗୁଡିକୁ ସେଆର କରି ସେ ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ନିକଟରେ ଏକ ଇଭେଣ୍ଟ ଶୋ ପାଇଁ ପ୍ରିୟଙ୍କା ନୀଳ ରଙ୍ଗର ବେଲୁନ ଆକୃତିର ଏକ ଡ୍ରେସ ପିନ୍ଧିଥିଲେ। ଏହି ଡ୍ରେସ ପିନ୍ଧି ସେ ସାମ୍ନାକୁ ଆସିବା ପରେ ତାଙ୍କ ଫଟୋ ଜୋରସୋରେ ଭାଇରାଲ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଦେଶୀଗାର୍ଲ ପ୍ରିୟଙ୍କାଙ୍କ ନିକଟରେ ବହି ‘ଅନଫିନସଡ୍ ଦ ମେମୋରୀ’ ଉନ୍ମୋଚିତ ହୋଇଥିଲେ। ଏହି ପୁସ୍ତକଟି ତାଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ସେ ନିଜ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫକୁ ନେଇ ଅନେକ ବଡ ବଡ ଖୁଲାସା କରିଛନ୍ତି। ଯାହାକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ଅଛନ୍ତି।
Too funny… Thanks for making my day guys ! @LUXURYLAW #halpernstudio pic.twitter.com/TpEJIUocSJ
— PRIYANKA (@priyankachopra) February 23, 2021
— PRIYANKA (@priyankachopra) February 23, 2021
The post ବେଲୁନ୍ ଭିତରେ ପ୍ରିୟଙ୍କା appeared first on Odisha Reporter.
from Odisha Reporter https://ift.tt/3aRLVk0
No comments:
Post a Comment