ବେଙ୍ଗଲ ପ୍ରବେଶ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ବେଙ୍ଗଲ ପ୍ରବେଶ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

କୋଲକାତା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ମହାରାଷ୍ଟ୍ର, କର୍ଣ୍ଣାଟକା, ତେଲେଙ୍ଗାନା ଓ କେରଳରୁ ବିମାନ ଯୋଗେ ଆସୁଥିବା ଲୋକଙ୍କୁ ବେଙ୍ଗଲରେ ପ୍ରବେଶ କରିବାକୁ ହେଲେ କରୋନା ଟେଷ୍ଟର ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ।

ଏ ସମ୍ପର୍କରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଉପରୋକ୍ତ ୪ ରାଜ୍ୟରୁ ଆସୁଥିବା ବିମାନ ଯାତ୍ରୀଙ୍କୁ ଏୟାରପୋର୍ଟରେ ୭୨ ଘଣ୍ଟା ପୂର୍ବରୁ ଆରଟି ପିସିଆର ପଦ୍ଧତିରେ କରିଥିବା କରୋନା ଟେଷ୍ଟର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ। ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା ଓ କର୍ଣ୍ଣାଟକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଆସନ୍ତା ୨୭ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଅନ୍ୟପକ୍ଷରେ ଦିଲ୍ଲୀ ସରକାର ମଧ୍ୟ ୫ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କରୋନାର ନିଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି। ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବରୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ ଶୁକ୍ରବାର ଠାରୁ କରୋନାର ନେଗେଟିଭ ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡ଼ିବ।

ଏହି ଟେଷ୍ଟ ଆରଟି-ପିସିଆର ପଦ୍ଧତିରେ ହୋଇଥିବା ଦରକାର। ବସ୍‌, ଟ୍ରେନ ଓ ବିମାନ ଯାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ। ସଡ଼କ ପଥରେ ଆସୁଥିବା ଲୋକଙ୍କ ପାଇଁ ଏହି ନିମୟ ଲାଗୁ ହେବ ନାହିଁ। ଦିଲ୍ଲୀ ସରକାର ଖୁବଶୀଘ୍ର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାପଡ଼ିଛି।

ଏକାଧିକ ରାଜ୍ୟ ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏପରି କି ମହାରାଷ୍ଟ୍ରରେ ସ୍ଥିତି ବେକାବୁ ହେଉଥିବାରୁ ରାଜ୍ୟର ଅମରାବତୀରେ ଲକଡାଉନ ଲାଗୁ କରାଯାଇଛି। ସେହିପରି ରାଜ୍ୟର ଏକାଧିକ ସ୍ଥାନରେ କଟକଣା ମଧ୍ୟ ଜାରି ହୋଇଛି।

The post ବେଙ୍ଗଲ ପ୍ରବେଶ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ appeared first on Odisha Reporter.



from Odisha Reporter https://ift.tt/3knPam5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages