କମିଲା ତେଲ ଦର, ଆଗକୁ ୨ ଟଙ୍କା ଶସ୍ତା ହୋଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

କମିଲା ତେଲ ଦର, ଆଗକୁ ୨ ଟଙ୍କା ଶସ୍ତା ହୋଇପାରେ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାଜନକ ପାଲଟିଛି। ବିଭିନ୍ନ ରାଜ୍ୟରେ ନିର୍ବାଚନ ଚାଲିଥିବା ସତ୍ତ୍ୱେ ତେଲ ଦର ସେମିତି କିଛି କମିନାହିଁ। ତେବେ ଦୀର୍ଘ ୨୪ ଦିନ ଧରି ତେଲ ଦର ସ୍ଥିର ରହିବା ପରେ ବୁଧବାର ପେଟ୍ରୋଲ ଲିଟର ପିଛା ୧୮ ପଇସା ଏବଂ ଡିଜେଲ ଲିଟର ପିଛା ୧୭ ପଇସା ଶସ୍ତା ହୋଇଛି। ଏବେ ମହାରାଷ୍ଟ୍ରରେ ପେଟ୍ରୋଲ ଦର ସର୍ବାଧିକ ୯୭ ଟଙ୍କା ରହିଥିବା ବେଳେ ଡିଜେଲ ୮୮ ଟଙ୍କା ପାଖାପାଖି ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିବାରୁ ତେଲ ଦର ହ୍ରାସ ପାଇଥିବା ଜଣାପଡ଼ିଛି।

ତେଣୁ ଆଗାମୀ ଦିନରେ ତେଲ ଦର ପାଖାପାଖି ୨ ଟଙ୍କା ହ୍ରାସ ପାଇବ ବୋଲି ଆକଳନ କରାଯାଉଛି। ଏବେ ଅଶୋଧିତ ତେଲ ବ୍ୟାରେଲ ପିଛା ୬୪ ଡଲାଲରେ କିଣୁଛି ଭାରତ। ପୂର୍ବରୁ ୬୮ ଡଲାରରେ କିଣୁଥିଲା ଭାରତ। ଏବେ ଦର କମିଥିବାରୁ ଦେଶରେ ଦର କମିବ ବୋଲି ଆଶା କରାଯାଉଛି।

ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଉଛି ହେଲେ ଡଲାର ତୁଳନାରେ ଟଙ୍କା ଯଦି ଦୁର୍ବଳ ହୋଇଯିବ ତାହେଲେ ଦର କମିବ ନାହିଁ। ତେଣୁ ଟଙ୍କାର ମୂଲ୍ୟ ମଜବୁତ ନହେଲେ ସ୍ଥିର(ଯାହା ଏବେ ଅଛି) ରହିବା ଦରକାର।ମାର୍ଚ୍ଚ 8ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୭୦ ଡଲାର ଥିଲା। ଏବେ ସୁଦ୍ଧା ମୋଟ୍ ୧୦ ପ୍ରତିଶତ ହ୍ରାସ ପାଇଛି।

ସାରା ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି। ଏବେ ଆମେରିକା, ୟୁରୋପ ଆଦି ମହାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେହିପରି ଏହି ମହାଦେଶରେ ଟିକାକରଣ ବିଳମ୍ୱ ରହିଛି। ଏବେ ବ୍ରେଣ୍ଟ ଅଶୋଧିତ ଫ୍ୟୁଚର ମୂଲ୍ୟ ବ୍ୟାରେଲ ପିଛା ୨.୫୬ ଡଲାର କିମ୍ବା ୪% ହ୍ରାସ କରି ୬୨.୦୮ ଡଲାରରେ ପହଞ୍ଚିଛି। ଏଥି ସହିତ ପଶ୍ଚିମ ଟେକ୍ସାସ ମଧ୍ୟବର୍ତ୍ତୀ ଅଶୋଧିତ ତେଲର ମୂଲ୍ୟ ୨.୫୬ ଡଲାର କିମ୍ବା ୪.୩ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୫୮.୯୧ ଡଲାରରେ ପହଞ୍ଚିଛି। ଫେବୃଆରୀ ୧୨ ଠାରୁ ଉଭୟ ଅଶୋଧିତ ତୈଳଦର ମାନଦଣ୍ଡର ମୂଲ୍ୟ ସର୍ବନିମ୍ନ ସ୍ତରକୁ ଚାଲିଆସିଛି। ଗତବର୍ଷ ମଧ୍ୟ ଏହି ସମୟରେ କୋଭିଡ ପାଇଁ ସାରା ବିଶ୍ୱରେ ଅଶୋଧିତ ତେଲର ଦାମ କମିଥିଲା।

The post କମିଲା ତେଲ ଦର, ଆଗକୁ ୨ ଟଙ୍କା ଶସ୍ତା ହୋଇପାରେ appeared first on Odisha Reporter.



from Odisha Reporter https://ift.tt/3lJabZg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages