ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା। ଦିନକୁ ଦିନ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୨୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୭୫ଜଣ କରୋନାରେ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟୁଇଟ କରି ସୂଚନା ଦେଇଛି।
ଏହି ନୂଆ କରୋନା ସଂକ୍ରମିତ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮କୁ ବୃଦ୍ଧି ପାଇଛି। ଅନ୍ୟପଟେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧ରେ ପହଁଚିଛି। ଅନ୍ୟପକ୍ଷାରେ ଦିନକରେ ୨୩ ହଜାର ୯୦୭ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ଯାଏଁ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଲକ୍ଷ ୬୮ ହଜାର ୪୫୭ଟି ଆକ୍ଟିଭ କେସ୍ ରହିଛି।
ସେହିପରି ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଦେଶରେ ଟିକାକରଣ ଜାରି ରହିଛି। ବର୍ତ୍ତମାନ ଯାଏଁ ସାରା ଦେଶରେ ୫,୦୮, ୪୧, ୨୮୬ ଜଣଙ୍କୁ ଟିକା ଦିଆଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
India reports 47,262 new #COVID19 cases, 23,907 recoveries, and 275 deaths in the last 24 hours, as per the Union Health Ministry
Total cases: 1,17,34,058
Total recoveries: 1,12,05,160
Active cases: 3,68,457
Death toll: 1,60,441Total vaccination: 5,08,41,286 pic.twitter.com/cMkdxVscu8
— ANI (@ANI) March 24, 2021
The post ଦିନକରେ ୨ଶହ ଟପିଲା ମୃତ୍ୟୁ ସଂଖ୍ୟା, ୪୭ ହଜାରରୁ ଅଧିକ ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/397wHGk
No comments:
Post a Comment