ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଲୋକମାନେ ଟିକା ନେବାକୁ ଅପେକ୍ଷା କରିଥିବା ବେଳେ ଭାରତରୁ ବିଦେଶକୁ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା ଆଷ୍ଟ୍ରାଜେନେକା ଟିକାକୁ ରପ୍ତାନୀ କରାଯାଉଥିଲା। ହେଲେ ଏବେ ଭାରତ ସରକାର ସଂକ୍ରମଣ ବଢ଼ୁଥିବାରୁ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ ଆଷ୍ଟ୍ରାଜେନେକା ଟିକାର ରପ୍ତାନୀ ଉପରେ ରୋକ ଲଗାଇଥିବା ଜଣାପଡ଼ିଛି।
ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଜିଏଭିଆଇ/ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭାକ୍ସ ଟିକା ଶେୟାରିଂ ବ୍ୟବସ୍ଥାକୁ ପ୍ରଭାବିତ କରିବ। କାରଣ ସେରମ ଉତ୍ପାଦନ କରୁଥିବା କରୋନା ଟିକାକୁ ଏହି ଦୁଇ ସଂସ୍ଥା ଅଧୀନରେ ୬୪ଟି ଗରିବ ଦେଶକୁ ପଠାଯିବାର ଥିଲା। ୟୁନିସେଫ ପକ୍ଷରୁ ଏହା ଉପରେ ପ୍ରତିକ୍ରିୟା ରଖି କୁହାଯାଇଛି ଯେ “ମାର୍ଚ୍ଚ ଓ ଏପ୍ରିଲ ମାସରେ ସେରମରୁ ରପ୍ତାନୀ ହେବାକୁ ଥିବା କରୋନା ଟିକା ଉପରେ ଅସ୍ଥାୟୀ ରୋକ ଲାଗିଛି।
ଏହାଦ୍ୱାରା କୋଭାକ୍ସ ଜରିଆରେ ଟିକା ପାଇଥିବାକୁ ଥିବା ଦେଶଗୁଡ଼ିକର ଅପେକ୍ଷା ଆହୁରି ବଢ଼ି ଯାଇଛି। ଏହା ଟିକା ଯୋଗାଣ କାର୍ଯ୍ୟକ୍ରମକୁ ନିଶ୍ଚିତ ବିଳମ୍ବିତ କରିବ। ତଥାପି କୋଭାକ୍ସ ଭାରତ ସରକାରଙ୍କ ସହ ଯୋଗାଯୋଗରେ ରହିଛି। ଯଥାଶୀଘ୍ର ରପ୍ତାନୀ ଆରମ୍ଭ କରିବାକୁ କଥାବାର୍ତ୍ତା ଚାଲିଛି।”
ଅନ୍ୟପକ୍ଷରେ ଅସ୍ଥାନୀୟ ରୋକ ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କିମ୍ବା ସେରମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏଯାଏ କୋଭାକ୍ସ ସେରମ ଠାରୁ ୧୭.୭ ମିଲିୟର ଆଷ୍ଟ୍ରାଜେନାକାର ଟିକାର ଡୋଜ୍ ଗ୍ରହଣ କରିଛି। ଭାରତ ମଧ୍ୟ ପ୍ରାୟ ୬୦.୫ ମିଲିୟନ ଡୋଜ୍ ଟିକା ବିଭିନ୍ନ ରାଷ୍ଟ୍ରକୁ ପଠାଇଛି।
ଏସବୁ ଭିତରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ଭାରତ ସରକାର ଗୁରୁବାର ଠାରୁ ରପ୍ତାନୀ ଉପରେ ରୋକ ଲଗାଇ ଦେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ୱେବସାଇଟ୍ରେ ଗୁରୁବାର ଠାରୁ ଟିକା ବିଦେଶକୁ ରପ୍ତାନୀ ହୋଇ ନଥିବାର ତଥ୍ୟ ରହିଛି।
ଏହାପୂର୍ବରୁ ସେରମ ପକ୍ଷରୁ ବ୍ରାଜିଲ, ବ୍ରିଟେନ, ମରୋକୋ ଓ ସାଉଦି ଆରବକୁ ଟିକା ପଠାଇବାରେ ବିଳମ୍ବ କରିଥିଲା। ବ୍ରିଟଶ ସରକାର ସେରମ ଠାରୁ ଦ୍ୱିତୀୟ ଦଫାରେ ଆଉ ୫ ମିଲିୟନ ଡୋଜ୍ ଟିକା ନେବାକୁ ଭାରତ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ସେହିପରି କୋଭାକ୍ସ ମଧ୍ୟ ସେରମ ଠାରୁ ୧.୧ ବିଲିୟନ ଆଷ୍ଟ୍ରାଜେନେକା ଓ ନୋଭାକ୍ସ ଟିକା କିଣିବାରେ ବିଳମ୍ବ କରିଛି।
The post କରୋନା ଟିକାର ରପ୍ତାନୀ ଉପରେ ରୋକ ଲଗାଇଲା ଭାରତ! appeared first on Odisha Reporter.
from Odisha Reporter https://ift.tt/3cljqvH
No comments:
Post a Comment