ଭୟଙ୍କର ହେଲାଣି କରୋନା ସ୍ଥିତି: ଦିନକରେ ୫୩ ହଜାରରୁ ଅଧିକ ସଂକ୍ରମିତ,୨୫୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ଭୟଙ୍କର ହେଲାଣି କରୋନା ସ୍ଥିତି: ଦିନକରେ ୫୩ ହଜାରରୁ ଅଧିକ ସଂକ୍ରମିତ,୨୫୧ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି ମହାମାରୀ କରୋନା ଭାଇରସ। ଭାରତରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ଆଜି ୫୦ ହଜାର ପାର୍‌ କରି ଯାଇଛି। ଦୀର୍ଘ ୫ ମାସର ବ୍ୟବଧାନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର କରିଛି।

ସେହିପରି କରୋନା ୨୫୦ରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ଗତବର୍ଷ ସେପ୍ଟେମ୍ବର ମଧ୍ୟ ଭାଗରେ କରୋନା ଦେଶରେ ସର୍ବୋଚ୍ଚ ଗତିରେ ଥିଲା। ଏହି ସମୟରେ ଦୈନିକ ସଂକ୍ରମଣ ୫୦ ହଜାର ଉପରେ ରହୁଥିଲା। ଏବେ ପୁଣିଥରେ ଦେଶରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ମୋଟ ୫୩,୪୭୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଚଳିତ ବର୍ଷ ସର୍ବାଧିକ। ଗତକାଲି ପ୍ରାୟ ୪୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେଣୁ ଦୈନିକ କରୋନା ଗ୍ରାଫ ଏବେ ଉପର ମୁହାଁ ହୋଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୭,୮୭,୫୩୪କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧,୧୨,୩୧,୬୫୦ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ସଂଖ୍ୟା ୩,୯୫,୧୯୨ ରହିଛି।

ଏହି ପ୍ରାଣଘାତୀ ଭାଇରସ ଗୋଟିଏ ଦିନରେ ଆଉ ୨୫୧ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୦,୬୯୨ରେ ପହଞ୍ଚି ଯାଇଛି। ସେହିପରି ଦେଶରେ ଏଯାଏ ୫,୩୧,୪୫,୭୦୯ ଜଣ କରୋନା ଟିକା ନେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ପ୍ରାୟ ୬୦% ଲୋକ ରହିଛନ୍ତି। ଦେଶର ଆକ୍ଟିଭ କେସ୍‌ ୪ ଲକ୍ଷ ମୁହାଁ ହୋଇଥିବା ବେଳେ ମହାରାଷ୍ଟ୍ରରେ ଏହା ୨ ଲକ୍ଷରୁ ଅଧିକ ରହିଛି। ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି।


ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ମୋଟ ୩୧,୮୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏହି ପ୍ରାଣଘାତୀ ଭାଇରସ ୯୫ ଜଣଙ୍କ ମୁଣ୍ଡ ନେଇଛି। ୧୫,୦୯୮ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୨,୪୭,୨୯୯ ରହିଛି। ରାଜ୍ୟରେ ଆରୋଗ୍ୟ ହାର ୮୮.୨୧ ରହିଥିବା ବେଳେ ମୃତ୍ୟୁହାର ୨.୦୯କୁ ବୃଦ୍ଧି ପାଇଛି।

ରାଜଧାନୀ ମୁମ୍ବାଇରେ ମଧ୍ୟ ଚଳିତ ବର୍ଷର ସବୁଠାରୁ ଅଧିକ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ଦିନକରେ ଏଠାରେ ୫,୧୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ଅପେକ୍ଷା ଏହା ୪୮% ଅଧିକ। କରୋନା ମୁମ୍ବାଇରେ ୬ ଜଣଙ୍କ ଜୀବନ ମଧ୍ୟ ନେଇଛି। କୋରାନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକାଧିକ କଟକଣା ଲଗାଇଥିଲେ ହେଁ ଏହା ଉପରେ ବ୍ରେକ ଲାଗୁନାହିଁ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ତଥା ଦେଶର ଚିନ୍ତା ବଢ଼ି ଯାଇଛି।

କେବଳ ମହାରାଷ୍ଟ୍ର ନୁହେଁ, ଦିଲ୍ଲୀ, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତାମିଲନାଡୁରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

The post ଭୟଙ୍କର ହେଲାଣି କରୋନା ସ୍ଥିତି: ଦିନକରେ ୫୩ ହଜାରରୁ ଅଧିକ ସଂକ୍ରମିତ,୨୫୧ ମୃତ appeared first on Odisha Reporter.



from Odisha Reporter https://ift.tt/3w6aKRV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages