କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ନିଜକୁ ଗୁଳି କରି ଦେଲେ ଯବାନ୍। ଯାହା ଫଳରେ ଘଟଣାସ୍ଥଳରେ ଯବାନଙ୍କର ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜଲାପୁଟ ବିଏସଏଫ ୧୫ ନମ୍ବର ବାଟାଲିୟନରେ। ଯେଉଁଠାରେ ଜଣେ ଯବାନ୍ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି।
ମୃତ ଯବାନ୍ ଜଣକ ହେଉଛନ୍ତି ରାଜସ୍ଥାନର ଇନ୍ଦର ସିଂହ। ଛୁଟିରେ ରାଜସ୍ଥାନ ନିଜ ଗାଁକୁ ଯାଇ ଗତକାଲି ଜଲାପୁଟ ଫେରିଥିଲେ। ତେବେ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ସାଥୀ ଅନ୍ୟ ଯବାନ ସୂଚନା ଦେଇଛନ୍ତି। ତେବେ ଯବାନ୍ ଜଣକ ଆତ୍ମହତ୍ୟା କରିଛନ୍ତି ନାଁ ଅସାବଧନତା କାରଣରୁ ଗୁଳି ଫୁଟିଛି, ତାହା ଜଣାପଡ଼ି ନାହିଁ। ଏବେ ଏହାର ତଦନ୍ତ ଜାରି ରହିଛି।
The post ନିଜକୁ ଗୁଳି କରିଦେଲେ ବିଏସଏଫ୍ ଯବାନ୍ appeared first on Odisha Reporter.
from Odisha Reporter https://ift.tt/3qhr9Pf
No comments:
Post a Comment