ଅନଲକି ସୁନ୍ଦର ଶତକରୁ ବଞ୍ଚିତ, ଭାରତ ୧୬୦ ରନରେ ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

ଅନଲକି ସୁନ୍ଦର ଶତକରୁ ବଞ୍ଚିତ, ଭାରତ ୧୬୦ ରନରେ ଆଗୁଆ

ଅହମ୍ମଦାବାଦ: ଭରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଘରୋଇ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୬୫ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ପ୍ରଥମ ଇନିଂସରେ ମୋଟ ୧୬୦ ରନର ବଡ଼ ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ସୁନ୍ଦର ଅନଲକି ସାବ୍ୟସ୍ତ ହୋଇଛନ୍ତି। ସେ ୯୬ ରନ୍ କରି ଅପରାଜିତ ରହି ଶତକରୁ ବଞ୍ଚିତ ହୋଇଛନ୍ତି। ସୁନ୍ଦରଙ୍କ ସହ ଅକ୍ଷର ପଟେଲ ଚମତ୍କାର ବ୍ୟାଟିଂ କରିଛନ୍ତି। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୧୦୬ ରନର ଶତକୀୟ ଭାଗିଦାରୀ କରିଛନ୍ତି।

ସୁନ୍ଦର ୧୭୪ ବଲରେ ୧୦ ଚୌକା ଓ ୧ ଛକା ସହ ୯୬ ରନ୍ କରି ଅପରାଜିତ ଥିଲେ। ଅକ୍ଷର ୪୩ (୯୭ ବଲୋ, ୫ ଚୌକା, ୧ ଛକା) ରନ୍ କରି ରନଆଉଟ୍ ହୋଇଥିଲେ। ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ଖାତା ଖୋଲିପାରିନାହାନ୍ତି। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୪ଟି, ଜେମ୍ସ ଆଣ୍ଡରସନ୍ ୩ଟି ଓ ଜ୍ୟାକ୍ ଲିଚ୍ ୨ଟି ୱିକେଟ୍ ନେଇଛନ୍ତି।

ଶୁକ୍ରବାର ଦ୍ୱିତୀୟ ଦିବସରେ ଋଷଭ ପନ୍ତଙ୍କ ଦମଦାର ଶତକ ବଳରେ ଭାରତ ପ୍ରଥମ ଲନିଂସ୍ ଲିଡ୍ କରିପାରିଥିଲା। ପନ୍ତ ୧୧୮ ବଲରେ ୧୩ ଚୌକା ଓ ୨ ଛକା ସହ ୧୦୧ ରନ୍ କରିଥିବା ବେଳେ ରୋହିତ୍ ଶର୍ମା ୪୯, ଅଜିଙ୍କ୍ୟ ରାହାଣେ ୨୭ ଓ ଚେତେଶ୍ୱର ପୂଜାରା ୧୭ ରନ୍ କରିଥିଲେ।

The post ଅନଲକି ସୁନ୍ଦର ଶତକରୁ ବଞ୍ଚିତ, ଭାରତ ୧୬୦ ରନରେ ଆଗୁଆ appeared first on Odisha Reporter.



from Odisha Reporter https://ift.tt/3edwc0x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages