ନୂଆଦିଲ୍ଲୀ: ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେବା ପରେ ଏବେ କରୋନା ଭ୍ୟାକସିନ ସାର୍ଟିଫେକଟରୁ ମୋଦିଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଚାଲିଛି। ଏଭଳି ସ୍ଥିତିରେ କୋଭିଡ ଟିକା ସାର୍ଟିଫିକେଟରେ ମୋଦିଙ୍କ ଫଟୋ ବ୍ୟବହାର ହେବା ଆଚରଣବିଧି ଉଲ୍ଲଂଘନ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଏ ନେଇ ନିର୍ବାଚନ କମିଶନର ଅବଗତ କରାଇଛନ୍ତି। ଏଥିସହ ତୁରନ୍ତ ପିଏମଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଟିଏମସି ସପ୍ତାହକ ପୂର୍ବରୁ ଏକ ଅଭିଯୋଗ କରିଥିଲା। ଯେଉଁଥିରେ ଦଳ ନିର୍ବାଚନ କମିଶନର ପାଖରେ ଅଭିଯୋଗ କରିଥିଲା ଯେ କୋଭିଡ ଟିକା ସାର୍ଟିଫିକେଟରେ ମୋଦିଙ୍କ ଫଟୋ ବ୍ୟବହାର କରି ବିଜେପି ପ୍ରଚାର କରୁଛି। ଟିଏମସି ଏହି ଅଭିଯୋଗ କରିବାର ସପ୍ତାହକ ପରେ ନିର୍ବାଚନ କମିଶନର ନିର୍ବାଚନ ହେଉଥିବା ସ୍ଥାନରେ ଟିକା ସାର୍ଟିଫିକେଟରୁ ପିଏମଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଟିଏମସି ଅଭିଯୋଗ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଟିକାକରଣ ଆରମ୍ଭ ହୋଇଛି। ସେତେବେଳେ ଆଚରଣ ବିଧି ଲାଗୁ ହୋଇନଥିଲା। ଏବେ କିନ୍ତୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପରେ ଟିକା ସାର୍ଟିଫିକେଟ ସଫ୍ଟଓ୍ୱୟାରକୁ ଅପଡେଟ କରିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ହଟାଇବା ପାଇଁ ପେଟ୍ରୋଲ ପମ୍ପ ଡିଲର ଓ ଅନ୍ୟ ଏଜେନ୍ସିଗୁଡିକୁ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପେଟ୍ରୋଲ ପମ୍ପ ଗୁଡିକରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଆଚରଣବିଧି ଉଲ୍ଲଂଘନ ହେଉଛି। ତେଣୁ ଏହି ସବୁ ବିଜ୍ଞାପନକୁ ୭୨ ଘଣ୍ଟା ମଧ୍ୟରେ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନର। ଟିଏମସି ଏହି ଅଭିଯୋଗ କରିବା ପରେ ନିର୍ବାଚନ କମିଶନ ଏହି ନିର୍ଦ୍ଦେଶ ଦେଇଥିଲେ।
The post ଟିଏମସିର ଦାବିକୁ ସମର୍ଥନ ଜଣାଇଲେ ନିର୍ବାଚନ କମିଶନ appeared first on Odisha Reporter.
from Odisha Reporter https://ift.tt/3qfFE64
No comments:
Post a Comment