ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ପଟ୍ଟାମୁଣ୍ଡାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ସ୍ୱାମୀ ଓ ଅନ୍ୟମାନେ ସ୍ତ୍ରୀକୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତକଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଦୀର୍ଘ ୮ ବର୍ଷ ତଳେ ରାଜନଗର ବ୍ଲକ କାଳୁ ପଡାଗାଁର ମନୋହର ବିଶ୍ୱାଳଙ୍କ ଝିଅ ଗୀତାଞ୍ଜଳି ବଢ଼େଇ ପଡା ଗାଁର ଦାମୋଦର ବିଶ୍ୱାଳଙ୍କୁ ବିବାହ କରିଥିଲେ।
ବିବାହ ପରେ ଶାଶୂଘର ଲୋକେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଏହି ଘଟଣାକୁ ନେଇ ଆପୋଷ ସମାଧାନ ହୋଇ ଆସୁଥିଲେ ମଧ୍ୟ ମୋ ଭଉଣୀକୁ ଶାଶୂଘର ଲୋକେ ନିଷ୍ଠୁର ମାଡ଼ ମାରି ଆସୁଥିଲେ ବୋଲି ଭାଇ ଅଭିଯୋଗ କରିଛନ୍ତି।
ଦୀର୍ଘଦିନ ଧରି ଏମିତି ପାରିବାରିକ କଳହ ଲାଗି ରହିଥିବା ବେଳେ ଗତ କାଲି ରାତିରେ ସ୍ୱାମୀ, ଶାଶୂ ଓ ଦେଢ଼ଶୁର ମିଶି ନିସ୍ତୁକ ମାଡ଼ ମାରି କରୋସିନି ଢ଼ାଲି ପୋଡ଼ି ମାରି ଦେଇଛନ୍ତି। ପୂର୍ବରୁ ଏଭଳି ହତ୍ୟା ଧମକ ଦେଇ ଆସୁଥିଲେ ବୋଲି ଗୀତାଞ୍ଜଳିଙ୍କ ଭାଇ ଏତଲାରେ ଦର୍ଶାଇଛନ୍ତି। ତେବେ ଘଟଣା ପରେ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି।
The post ଗୀତାଞ୍ଜଳିଙ୍କୁ ଜୀଅନ୍ତା ଜାଳି ଦେଲେ ! appeared first on Odisha Reporter.
from Odisha Reporter https://ift.tt/3rT9tLj
No comments:
Post a Comment