ରୁଷ ରାଷ୍ଟ୍ରପତିଙ୍କୁ କିଲର କହିଲେ ବାଇଡେନ, ସ୍ୱଦେଶ ଫେରିଲେ ରାଷ୍ଟ୍ରଦୂତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ରୁଷ ରାଷ୍ଟ୍ରପତିଙ୍କୁ କିଲର କହିଲେ ବାଇଡେନ, ସ୍ୱଦେଶ ଫେରିଲେ ରାଷ୍ଟ୍ରଦୂତ

ୱାଶିଂଟନ: ଆମେରିକା ଓ ରୁଷ ମଧ୍ୟରେ ପୁଣିଥରେ ତିକ୍ତତା ଆରମ୍ଭ ହୋଇଛି। ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ “କିଲର୍‌’ ବୋଲି କହିଛନ୍ତି। ଏଥିସହ ଆମେରିକା ନିର୍ବାଚନରେ ସେ ହସ୍ତକ୍ଷେପ କରୁଥିବାରୁ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ବାଇଡେନ ଖୋଲାଖୋଲି ଭାବେ ଚେତାବନୀ ଦେଇଛନ୍ତି।

ଏହାକୁ ନେଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଯାଇଛି। ବିବାଦକୁ ଦୃଷ୍ଟିରେ ରଖି ଆମେରିକାରେ ଅବସ୍ଥାପତି ରୁଷ ରାଷ୍ଟ୍ରଦୂତଙ୍କୁ ମୋସ୍କୋ ସ୍ୱଦେଶ ଫେରାଇ ଆଣିଛି।

ଏବିସି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଆମେରିକା ଗୁଇନ୍ଦା ବିଭାଗ ଦେଇଥିବା ରିପୋର୍ଟରେ ରୁଷ କେମିତି ଆମେରିକା ନିର୍ବାଚନରେ ହସ୍ତକ୍ଷେପ କରିଥିଲା, ସେ ବିଷୟରେ ବାଇଡେନଙ୍କୁ ପଚାରା ଯାଇଥିଲା। ଏହାର ଉତ୍ତରରେ ବାଇଡେନ କହିଥିଲେ ଯେ “ଏହାର ପରିଣାମ ନିଶ୍ଚିତ ଭାବେ ଭୋଗିବାକୁ ପଡ଼ିବ। ରୁଷ ଯାହା କଥାରେ ବି ଏପରି କରିବାକୁ ଉଦ୍ୟମ କରିଥିଲା, ସେମାନଙ୍କୁ ବି ଛଡ଼ାଯିବ ନାହିଁ।”

ବିରୋଧୀ ଦଳର ନେତାଙ୍କୁ ପୁଟିନ ବିଷ ଦେଇଥିବା ଅଭିଯୋଗକୁ ଆଧାର କରି ତାଙ୍କୁ ସମସ୍ତେ କିଲର ବୋଲି କହୁଛନ୍ତି। ଆପଣ(ବାଇଡେନ) ଏହା ଉପରେ କ’ଣ କହିବେ। ଏହାର ଉତ୍ତରେ ବାଇଡେନ କହିଥିଲେ ଯେ ମୁଁ ମଧ୍ୟ ପୁଟିନଙ୍କୁ କିଲର ବୋଲି ଭାବେ। ଏହି ବୟାନ ପରେ ରୁଷରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ରୁଷର ବୈଦେଶିକ ମନ୍ତ୍ରଣାଳୟ କହିଛି, “ଆମେରିକା ସହ ସମ୍ପର୍କ ଆଗକୁ କେଉଁ ଦିଗରେ ଯିବ, ତା’ ଉପରେ ଆଲୋଚନା କରିବା ପାଇଁ ଆମେ ୱାଶିଂଟନରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତକୁ ସ୍ୱଦେଶ ଡାକିଛୁ। ଆମେ ତାଙ୍କ ସହ ପୂରା ଘଟଣା ବିଷୟରେ ଆଲୋଚନା କରିବୁ। ଆମେରିକା-ରୁଷ ମଧ୍ୟରେ ଆଗକୁ କ’ଣ ହେବ, ସେକଥା ସଂପୂର୍ଣ୍ଣ ଭାବେ ୱାଶିଂଟନ ଉପରେ ନିର୍ଭର କରୁଛି। ଯଦି ପୁଣି ଆମେରିକାର-ରୁଷ ସମ୍ପର୍କରେ ତିକ୍ତତା ଆସେ, ତା’ହେଲେ ଏଥିପାଇଁ ୱାଶିଂଟନ ହିଁ ଦାୟୀ ରହିବ।”

The post ରୁଷ ରାଷ୍ଟ୍ରପତିଙ୍କୁ କିଲର କହିଲେ ବାଇଡେନ, ସ୍ୱଦେଶ ଫେରିଲେ ରାଷ୍ଟ୍ରଦୂତ appeared first on Odisha Reporter.



from Odisha Reporter https://ift.tt/3bV6cW8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages