ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ପକ୍ଷରୁ ସାଇରସ୍ ମିସ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଠିକ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସାଇରସ ମିସ୍ତ୍ରୀଙ୍କୁ ୨୦୧୬ରେ ଟାଟା ଗ୍ରୁପ୍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ବିଦା କରିଥିଲା। ଏଥିସହ ସୁପ୍ରିମକୋର୍ଟ ଟାଟା ଗ୍ରୁପ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ମିସ୍ତ୍ରୀଙ୍କୁ ପୁଣି ନିଯୁକ୍ତି କରିବାକୁ ଏନସିଏଲଏଟି ଦେଇଥିବା ରାୟକୁ ରଦ୍ଦ କରିଛନ୍ତି।
୨୦୧୯ ଡିସେମ୍ବର ୧୮ରେ ନ୍ୟାଶନାଲ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ (ଏନସିଏଲଟିଏ) ଟାଟା ଗ୍ରୁପ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ସାଇରସ୍ ମିସ୍ତ୍ରୀଙ୍କୁ ନିଯୁକ୍ତି ଦେବାକୁ କହିଥିଲେ। ଏହା ବିରୋଧରେ ଟାଟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ବୋବଡେ, ଜଷ୍ଟିସ୍ ଏସ୍ ବୋପାନ୍ନା ଓ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆଇନର ସମସ୍ତ ପ୍ରଶ୍ନ ଟାଟା ଗ୍ରୁପ୍ ସପକ୍ଷରେ ରହିଛି। ତେଣୁ ସାଇରସ ମିସ୍ତ୍ରୀଙ୍କୁ ପଦଚ୍ୟୁତ କରିବା ନିଷ୍ପତ୍ତି ଠିକ୍। ଗତବର୍ଷ ଡିସେମ୍ବର ୧୭ରେ ସୁପ୍ରିମକୋର୍ଟ ଟାଟାର ଆବେଦନକୁ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
୨୦୧୨ରେ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ୪ ବର୍ଷ ପରେ ନାଟକୀୟ ଢଙ୍ଗରେ ତାଙ୍କୁ ଏହି ପଦରୁ ବିଦା ହେବାକୁ ପଡ଼ିଥିଲା। କମ୍ପାନୀର ଶେୟାରକୁ ନେଇ ଟାଟା ଗ୍ରୁପ୍ ସହ ମିସ୍ତ୍ରୀଙ୍କ ତିକ୍ତତା ସୃଷ୍ଟି ହୋଇଥିଲା। ଟାଟାରେ ମିସ୍ତ୍ରୀଙ୍କ ପରିବାରର ୧୮.୭% ଶେୟାର ରହିଛି। ଏହାକୁ ଆଧାର କରି ସେ ଟାଟା ନାଁରେ ମାର୍କେଟରୁ ଟଙ୍କା ଉଠାଉଥିବା ଅଭିଯୋଗ ହୋଇଥିଲା।
The post ସୁପ୍ରିମକୋର୍ଟରେ ଟାଟା ଗ୍ରୁପ୍ର ବଡ଼ ବିଜୟ, ସାଇରସ୍ ମସ୍ତ୍ରୀଙ୍କୁ ଝଟକା appeared first on Odisha Reporter.
from Odisha Reporter https://ift.tt/3vV6Dbb
No comments:
Post a Comment