ପର୍ବପର୍ବାଣୀ ପାଳନ ଉପରେ ଲାଗୁ ହେଲା କଟକଣା, ଗହଳିକୁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

ପର୍ବପର୍ବାଣୀ ପାଳନ ଉପରେ ଲାଗୁ ହେଲା କଟକଣା, ଗହଳିକୁ ନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଥରେ କାୟା ମେଲାଇବାକୁ ଆରମ୍ଭ କଲାଣି କରୋନା ମହାମାରୀ। ଦୈନିକ ସଂକ୍ରମଣ ଏବେ ଉପରମୁହାଁ ଥିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ତେଣୁ ଆଗକୁ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଅଧିକ ଗହଳି ଏଡ଼ାଇବାକୁ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)।

ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା ଓ ଦଣ୍ଡ ଯାତ୍ରା ଆଦି ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନ ସମେତ ଲୋକ ଗହଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମନ୍ଦିର ଓ ଚର୍ଚ୍ଚରେ କେବଳ ନୀତି ପାଳନ କରାଯାଇପାରିବ। ସ୍ଥାନୀୟ ସ୍ଥିତିକୁ ଦେଖି ଜିଲ୍ଲାପାଳ ଓ କମିଶନର ଆବଶ୍ୟକ କଟକଣା ଲଗାଇବେ। କେତେ ଶ୍ରଦ୍ଧାଳୁ ମନ୍ଦିର ବା ଚର୍ଚ୍ଚ ଯାଇପାରିବେ ତାହା ନିର୍ଦ୍ଧାରଣ କରିବେ ଜିଲ୍ଲାପାଳ।

ସୂଚନାଯୋଗ୍ୟ,  ଗତ ଶୁକ୍ରବାର ଠାରୁ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ପୁଣି ଉପର ମୁହାଁ ହୋଇଛି। ଚାରି ଦିନ ଏହି ସଂଖ୍ୟା ୧୦୦ ଉପରେ ରହିବା ପରେ ଗତକାଲି ୨୦୦ ଟପିଥିଲା। ଆଜି ଏହି ସଂଖ୍ୟା ୨୩୪ ଛୁଇଁଛି। କଟକ, ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ସ୍ଥାନରେ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ପର୍ବପର୍ବାଣୀ ପାଳନ ଉପରେ ଲାଗୁ ହେଲା କଟକଣା, ଗହଳିକୁ ନା appeared first on Odisha Reporter.



from Odisha Reporter https://ift.tt/3w3GMh0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages