ନିର୍ବାଚନୀ ବଣ୍ଡ୍‌ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

ନିର୍ବାଚନୀ ବଣ୍ଡ୍‌ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ରୁ ୧୦ ତାରିଖ ଯାଏ ଜାରି ହେବାକୁ ଥିବା ନିର୍ବାଚନୀ ବଣ୍ଡ୍ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ନିର୍ବାଚନୀ ବଣ୍ଡକୁ କିଣି ବିଭିନ୍ନ ବ୍ୟକ୍ତି, ସଂସ୍ଥା ଓ କମ୍ପାନୀ ପକ୍ଷରୁ ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦିଆଯାଏ।

ତେବେ ନିର୍ବାଚନୀ ବଣ୍ଡ ଉପରେ ରୋକ ଲଗାଇବାକୁ ଏକ ଆବେଦନ ହୋଇଥିଲା। କିନ୍ତୁ କୋର୍ଟ ଏହା ବିରୋଧରେ ଆଗତ ଆବେଦନକୁ ମଧ୍ୟ ଆଜି ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯୋଜନା ୨୦୧୮ରୁ ଲାଗୁ ହେଉଛି ଓ ଏବେ ମଧ୍ୟ ଜାରି ରହିଛି। ଏହାର ସୁରକ୍ଷା ପାଇଁ ଅନେକ ସମୟରେ ପଦକ୍ଷେପ ନିଆଯାଇଛି।

ପଶ୍ଚିମବଙ୍ଗ ସମେତ ଅନ୍ୟାନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ନିର୍ବାଚନୀ ବଣ୍ଡ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇବାକୁ ଆବେଦନ କରାଯାଇଥିଲେ। ମାର୍ଚ୍ଚ ୨୪ରେ କୋର୍ଟ ଏସଂକ୍ରାନ୍ତ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଶୁଣାଣି ସମୟରେ ନିର୍ବାଚନ କମିଶନ କହିଛନ୍ତି, ଆମେ ନିର୍ବାଚନୀ ବଣ୍ଡ ଯୋଜନାକୁ ସମର୍ଥନ କରୁଛୁ। କାରଣ ଯଦି ବଣ୍ଡର ବ୍ୟବସ୍ଥା ନ ହେବ, ତା’ହେଲେ ରାଜନୀତିକ ଦଳଗୁଡ଼ିକ ନଗଦ ଟଙ୍କା ପାଇବେ। ଏହାଦ୍ୱାରା କଳାଟଙ୍କା କାରବାର ବଢ଼ିବାର ଆଶଙ୍କା ରହିଛି। ବଣ୍ଡ ବ୍ୟବସ୍ଥା ଭଲ କିନ୍ତୁ ଏଥିରେ ଆଉ ଟିକିଏ ସ୍ୱଚ୍ଛତା ଆସିବା ଉଚିତ।

ADR ନାମକ ସଂସ୍ଥା ଦାଖଲ କରିଥିବା ଆବେଦନ ଉପରେ ଯୁକ୍ତି ରଖି ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, “ନିର୍ବାଚନୀ ବଣ୍ଡ ଜରିଆରେ ଶାସକ ଦଳକୁ ଚାନ୍ଦା ନାଁରେ ଲାଞ୍ଚ ଦେଇ କାମ ହାସଲ କରିବାକୁ ପ୍ରୟାସ କରାଯାଉଛି। ନିର୍ବାଚନୀ ବଣ୍ଡ୍‌ ବର୍ତ୍ତମାନ ଏହାର ମାଧ୍ୟମ ପାଲଟିଛି।”

ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେ କହିଥିଲେ ଯେ ଏହି ଲାଞ୍ଚ କେବଳ ଶାସକ ଦଳକୁ ନୁହେଁ ବରଂ ପରବର୍ତ୍ତୀ ସମୟରେ କ୍ଷମତାକୁ ଆସିବାର ସମ୍ଭାବନା ଥିବା ଦଳକୁ ମଧ୍ୟ ମିଳିଥାଏ। ଏହାକୁ ଆପଣ ଏଡ଼ାଇ ପାରିବେ କି?

ପ୍ରଶାନ୍ତ ଭୂଷଣ ପୁଣି କହିଥିଲେ ଯେ “ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ନିର୍ବାଚନୀ ବଣ୍ଡ ଉପରେ ଆପତ୍ତି ଉଠାଇଥିଲା। ଆରବିଆଇ କହିଥିଲା ଯେ ଏହି ବଣ୍ଡ୍ସ ବ୍ୟବସ୍ଥା ଆର୍ଥିକ ଘୋଟାଲାର ଆଉ ଏକ ମାଧ୍ୟମ ବା ଅସ୍ତ୍ର। ଅନେକ ଲୋକ ବିଦେଶରେ ଟଙ୍କା ସଂଗ୍ରହ କରିପାରିବେ। ଏହାପରେ ସେମାନେ ଏଥିରୁ କିଛି ଅଂଶ ଦେଇ ନିର୍ବାଚନୀ ବଣ୍ଡ କିଣି ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଆକାରରେ ଦେଇପାରିବେ।

ଏହା କଳାଧନ ବିରୋଧରେ ଲଢ଼େଇ ନା ଆଉ କିଛି? ସରକାରଙ୍କ ବିଶ୍ୱସନୀୟତା ପ୍ରତି ମଧ୍ୟ ଏପରି ବ୍ୟବସ୍ଥା ପ୍ରଶ୍ନ ଉଠାଉଛି। ବିଶ୍ୱର କୌଣସି ସ୍ଥାନରେ ଏପରି ହେଉନାହିଁ। ନିର୍ବାଚନୀ ବଣ୍ଡ ମାଧ୍ୟମରେ ସରକାରଙ୍କୁ ଲାଞ୍ଚ ଦିଆଯାଉଛି। ସ୍ଥିତି ଏପରି ହୋଇଛି ଯେ କିଏ, କେତେ ଟଙ୍କା ଓ କେଉଁ ପାର୍ଟିକୁ ଦେଲା, ତାହା ମଧ୍ୟ ନିର୍ବାଚନ କମିଶନ ଜାଣି ପାରୁନାହାନ୍ତି। କେବଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜାଣୁଛି। ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ଜାଣୁଛିମାନେ ସରକାର ଜାଣୁଛନ୍ତି।”

କୋର୍ଟ ତାଙ୍କ ଯୁକ୍ତି ଶୁଣିବା ପରେ ମଧ୍ୟ ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଏଥିସହ ଏପ୍ରିଲ ୧ରୁ ନୂଆ ନିର୍ବାଚନୀ ବଣ୍ଡ ଜାରି କରିବାକୁ ଅନୁମତି ଦେଇଛନ୍ତି।

The post ନିର୍ବାଚନୀ ବଣ୍ଡ୍‌ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3u0XVGB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages