ମଝି ଆକାଶରେ ବିମାନ କାଚ ଖୋଲିବାକୁ ପ୍ରୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ମଝି ଆକାଶରେ ବିମାନ କାଚ ଖୋଲିବାକୁ ପ୍ରୟାସ

ନୂଆଦିଲ୍ଲୀ: ଶନିବାର (ମାର୍ଚ୍ଚ ୨୭)ରେ ଜଣେ ଯାତ୍ରୀ ଦିଲ୍ଲୀରୁ ବାରାଣାସୀ ଅଭିମୁଖେ ଯାଉଥିବା ବିମାନରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିଥିଲେ। ଯାତ୍ରୀଙ୍କ ଏହି କାର୍ଯ୍ୟ ପରେ ଅନ୍ୟ ଯାତ୍ରୀଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଥିଲା। ବିମାନରେ ୮୯ ଜଣ ଯାତ୍ରୀ ଥିଲେ। ସମସ୍ତେ ଦିଲ୍ଲୀରୁ ବାରାଣାସୀ ଯାଉଥିଲେ। ହଠାତ୍ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଗେଟ୍ ପାଖକୁ ଯାଇ ଖୋଲିବାକୁ ଚେଷ୍ଟା କରିଥିଲା। ଯାହାକୁ ଦେଖି ଅନ୍ୟ ଯାତ୍ରୀ ହତବାକ ହୋଇଯାଇଥିଲେ। ଆଉ ସଙ୍ଗେସଙ୍ଗେ ଅନ୍ୟ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ଆସି ସେହି ଯାତ୍ରୀଙ୍କୁ ଜୁରୁରୀକାଳୀନ ଗେଟ ପାଖରୁ ନେଇ ଆସି ଅଟକ ରଖିଥିଲେ।

ବିମାନଟି ବାରାଣାସୀରେ ପହଞ୍ଚିବା ପର୍ଯ୍ୟନ୍ତ ସେହି ଯାତ୍ରୀଙ୍କୁ ବନ୍ଧକ ରଖାଯାଇଥିଲା। ସେହି ଯାତ୍ରୀ ଜଣଙ୍କ ବିମାନର ଜରୁରୀକାଳୀନ ଫାଟକ ଭାଙ୍ଗିବାକୁ ଚେଷ୍ଟା କରିଥିବା ସୂଚନା ରହିଛି। ହେଲେ ଏହାପଛର ଉଦ୍ଦେଶ୍ୟ କିଛି ଜଣାପଡ଼ିନାହିଁ। ବିମାନଟି ମୋଟ୍ ୮୯ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ବାରଣାସୀ ଯାଉଥିଲା। ସେହି ଯାତ୍ରୀଙ୍କୁ କ୍ରୁ ସଦସ୍ୟ ଏବଂ ଅନ୍ୟ ଯାତ୍ରୀମାନେ ବନ୍ଧକ ରଖିବା ପଛର କାରଣ ବିମାନ ଅବତରଣ କରିବା ପର୍ଯ୍ୟନ୍ତ ସେ ଆଉଥରେ ଏଭଳି କିଛି କାମ ନକରୁ ଯେଉଁଥିପାଇଁ ବାକି ୮୯ ଯାତ୍ରୀ ହଇରାଣରେ ପଡ଼ିବେ।

ବିମାନଟି ବାରାଣାସୀରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରୀମାନେ ସେହି ଯାତ୍ରୀଙ୍କୁ ପ୍ରାୟ ୪୦ ମିନିଟ୍ ଧରି ଦୁଇ ଜଣଙ୍କୁ ଧରିଥିଲେ | ବାରାଣାସୀ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ଏଟିସିକୁ ବିମାନ ବିଷୟରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ସୁରକ୍ଷା କର୍ମୀମାନେ ସେଠାରେ ପହଞ୍ଚି ଅଭିଯୁକ୍ତ ଯାତ୍ରୀଙ୍କୁ ଗିରଫ କରିଥିଲେ। ପୋଲିସ ତାଙ୍କୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଥିଲା। ଯାତ୍ରୀଙ୍କ ମାନସିକ ଅବସ୍ଥା ଠିକ ନୁହେଁ ବୋଲି ପୋଲିସ ସନ୍ଦେହ କରୁଛି।

The post ମଝି ଆକାଶରେ ବିମାନ କାଚ ଖୋଲିବାକୁ ପ୍ରୟାସ appeared first on Odisha Reporter.



from Odisha Reporter https://ift.tt/3mah1aF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages