୩ ଛୁଆଙ୍କୁ ବିଷ ପିଆଇଦେଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

୩ ଛୁଆଙ୍କୁ ବିଷ ପିଆଇଦେଲା ମା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଛୁଆଙ୍କୁ ବିଷ ପିଆଇ ମା’ର କରିଛି ଆତ୍ମହତ୍ୟା ଉଦ୍ୟମ। ଯେଉଁଥିରେ ଦୁଇ କୁନି ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଓ ମାଆ ଗୁରୁତର ଅଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶଳ ବିଞ୍ଝଗିରିରେ।

ମହିଳା ଜଣକ ଦିନ ମଜୁରିଆ ଭାବରେ କାମ କରନ୍ତି। ସେ ଆଜି ନିଜର ତିନି ଛୁଆଙ୍କୁ ବିଷ ଦେଇ ମାରିବାକୁ ପ୍ରୟାସ କରିଛନ୍ତି। ୪ ଜଣଙ୍କୁ ଘର ଭିତରେ ମୁମୂର୍ଷୁ ଅବସ୍ଥାରେ ଦେଖିଥିଲେ ସଂପର୍କୀୟ। ଯାହା ପରେ ସମସ୍ତଙ୍କୁ ଚିକିତ୍ସା କରାଇବା ଲାଗି କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା।

ତେବେ ସେଠାରେ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ପୁଅଙ୍କର ବୟସ ୨ ଓ ୩ ବର୍ଷ ହେବ। ତେବେ ଝିଅ ଓ ମାଆ ଗୁରୁତର ଅଛନ୍ତି।
ଗୁରୁତର ଅବସ୍ଥାରେ ମା’ ଓ ଝିଅଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଝିଅର ବୟସ ୧ ବର୍ଷ ହେବ। ତେବେ ଏଭଳି କାଣ୍ଡ ପଛର କାରଣ କ’ଣ ଜଣାପଡ଼ିନାହିଁ।

The post ୩ ଛୁଆଙ୍କୁ ବିଷ ପିଆଇଦେଲା ମା’ appeared first on Odisha Reporter.



from Odisha Reporter https://ift.tt/3ctWtX4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages