ନୂଆଦିଲ୍ଲୀ: ଦୀର୍ଘ ୧୨ ତଳର ପୁରୁଣା କେସରେ ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ରାଜ୍ୟ ସମ୍ପାଦକ ଛତ୍ରଧର ମାହାତୋ। ତାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ବେଙ୍ଗଲର ଲାଲଗଡ଼ରୁ ଗିରଫ କରିଛି। ୧୨ ବର୍ଷ ତଳେ ଶ୍ରୀ ମାହାତୋ ପଶ୍ଚିମବଙ୍ଗର ମେଦିନିପୁର ଅନ୍ତର୍ଗତ ଝରାଗ୍ରାମରେ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଥିବା ଲୋକଙ୍କୁ ପଣବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଥିଲା। ମାଓବାଦୀଙ୍କ ସହାୟତାରେ ଏପରି କାଣ୍ଡ ଭିଆଇଥିବା ଏନଆଇଏ ଜାଣିବାକୁ ପାଇଛି। ଫଳରେ ରବିବାର ତାଙ୍କୁ ଗିରଫ କରାଯାଇଛି।
୨୦୦୯ ମସିହାରେ ଜଣେ ସିପିଏମ୍ ନେତାଙ୍କ ହତ୍ୟାକାଣ୍ଡ ଘଟଣାରେ ଏନଆଇଏ ତାଙ୍କୁ ହେପାଜତକୁ ନେଇ ଜେରା କରିବାକୁ ଚାହୁଁଥିଲା। ହେଲେ ୩ ଦିନ ତଳେ କ୍ୟାଲକାଟା ହାଇକୋର୍ଟ ଶ୍ରୀ ମାହାତୋଙ୍କୁ ଏଥିରେ ଆଶ୍ୱସ୍ତି ପ୍ରଦାନ କରିଥିଲେ। କିନ୍ତୁ ଏନଆଇଏ ଏବେ ୟୁଏପିଏ ବଳରେ ଶ୍ରୀ ମାହାତୋଙ୍କୁ ୧୨ ବର୍ଷ ତଳର ଟ୍ରେନ୍ ପଣବନ୍ଦୀ ଘଟଣାରେ ଗିରଫ କରିଛି। କୋର୍ଟ ତାଙ୍କୁ ୨୦୦୯ ହତ୍ୟା ଘଟଣାରେ ଆଶ୍ୱସ୍ତି ପ୍ରଦାନ କରିଥିଲେ ହେଁ ଏନଆଇଏ ଜେରାର ସମ୍ମୁଖୀନ ହେବାକୁ କହିଥିଲେ। ସେହିପରି ଏପ୍ରିଲ ୧୬ ଯାଏ ବେଙ୍ଗଲ ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ଶୁକ୍ରବାର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନଆଇଏ ଶ୍ରୀ ମାହାତୋଙ୍କୁ ଦୀର୍ଘ ୬ ଘଣ୍ଟାକାଳ ଜେରା କରିଥିଲା। ଜେରା ପରେ ସେ ଲାଲଗଡ଼ରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଶ୍ରୀ ମାହାତୋଙ୍କ ପତ୍ନୀ କହିଛନ୍ତି, “କିଛି ଲୋକ ଆମ ଘରେ ଜୋରଜବରଦସ୍ତ ପ୍ରବେଶ କରିଥିଲେ। ଏହାପରେ ସେମାନେ ତାଙ୍କୁ(ଛତ୍ରଧର ମାହାତୋ)ଙ୍କୁ ଧକ୍କା ପାରି ଛାତରୁ ତଳକୁ ଆଣିଥିଲେ। ଆମେ ଘଟଣା ସମ୍ପର୍କରେ ପଚାରିଥିଲେ ମଧ୍ୟ ସେମାନେ କିଛି ବି କହିନଥିଲେ। କେବଳ ସେମାନେ ପୁଲିସ୍ ଷ୍ଟେସନରୁ ଆସିଥିବା କହିଥିଲେ। ପ୍ରାୟ ୪୦ରୁ ୫୦ ଜଣ ଲୋକ ଆମ ଘରକୁ ଆସିଥିଲେ। ସେମାନେ ଆମ ଫୋନ ନେଇ ଯାଇଛନ୍ତି। ଏବେ ଛତ୍ରଧର ମାହାତୋ କେଉଁଠି ଅଛନ୍ତି, ସେକଥା ଆମେ ଜାଣିନାହୁଁ।”
The post ୧୨ ବର୍ଷ ତଳର ପୁରୁଣା କେସ୍ରେ ଟିଏମସି ନେତାଙ୍କୁ ବାନ୍ଧିଲା ଏନଆଇଏ appeared first on Odisha Reporter.
from Odisha Reporter https://ift.tt/31sZD7u
No comments:
Post a Comment